ବ୍ଲକରେ ବିକଳ୍ପ ରାଜନୈତିକ ସଂଗଠନର ଶୁଭାରମ୍ଭ : ଦଶରଥପୁର ବ୍ଲକ ବିକାଶ ମଂଚର ପ୍ରତିଷ୍ଠା ଦିବସ
ଦଶରଥପୁର, (ଯୁଗାବ୍ଦ ନ୍ୟୁଜ) :ଦଶରଥପୁର ବ୍ଲକରେ ବିକଳ୍ପ ରାଜନୈତିକ ସଂଗଠନ ଭାବେ ଦଶରଥପୁର ବ୍ଲକ ବିକାଶ ମଂଚକୁ ଆଜି ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା କରାଯାଇଛି । ବ୍ଲକର ବିଭିନ୍ନ ଅଂଚଳରେ ଶାସକ ଦଳର ଦୁର୍ନୀତି ଓ ମୁଖ୍ୟ ବିରୋଧି ଦଳର ନିଷ୍କ୍ରିୟତା ବ୍ଲକ ବାସୀଙ୍କୁ ଅତିଷ୍ଠ କରିଥିବାବେଳେ ଏହି ମଂଚ ରାଜନୈତିକ ବିକଳ୍ପ ହୋଇପାରିବ ବୋଲି ପ୍ରତିଷ୍ଠା ଦିବସର ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଲ ମଣିଷ ରାଜନୀତିକୁ ଆସିଲେ ଗାଁର ବିକାଶ ସମ୍ଭବ ଶ୍ଲୋଗାନ ଦେଉଥିବା ଏହି ମଂଚ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ ବୋଲି ପ୍ରତିଷ୍ଠା ଦିବସରେ ମତପ୍ରକାଶ ପାଇଛି । ମଂଚର ଆବାହକ ସମାଜସେବୀ ସରୋଜ ବିଶ୍ୱାଳ ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ସଭାପତିତ୍ୱ କରିଥିଲେ । ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ମଂଚର ଲୋଗୋ ଉନ୍ମୋଚନ କରିଥିଲେ । ସମାଜସେବୀ ବିଜୟ ପରିଡା, ବୀଜୟାନନ୍ଦ ମହାନ୍ତି, ଶିକ୍ଷାବିତ ଡ଼ ହରିଶ ପଣ୍ଡା, ନାରାୟଣ ଚନ୍ଦ୍ର ସାହୁ, କବି ବିଷ୍ଣୁ ଦଳାଇ, କଂଗ୍ରେସ ନେତା ପ୍ରଫୁଲ ଦାସ, ସୁରେନ୍ଦ୍ର ପଣ୍ଡା, ବିଜେପି ନେତା ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ । ଚଳିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ବ୍ଲକର ସମସ୍ତ ପଂଚାୟତରେ ବିକାଶ ମଂଚ ତର‘ରୁ ପ୍ରାର୍ଥି ଦିଆଯିବ ବୋଲି ସଭାରେ ଘୋଷଣା କରାଯାଇଥିଲା ।