ବ୍ଲକର କରୋନା ଯୋଦ୍ଧାଙ୍କ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକର ଜଣେ କରୋନା ଯୋଦ୍ଧା ଶେଷଦେବ ବେହେରାଙ୍କ ଟାଟା କୋଭିଡ ହସପିଟାଲରେ ଚିକିତ୍ସାଧୀନ ସମୟରେ ଆଜି ୨୯/୭/୨୦ ତାରିଖରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ବେହେରା ଗୋଲିଆ ଗ୍ରାମ ପଞ୍ଚାୟତର ପି.ଇ.ଓ. ଭାବେ କାର୍ଯ୍ୟରତ ଥିଲେ। ପଜିଟିଭ ଚିହ୍ନଟ ପରେ ତାଙ୍କୁ ଗତ ଜୁଲାଇ ୨୧ ତାରିଖରେ ଟାଟା କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ସମୟରେ ଆଜି ବୁଧବାର ଦିନ ପରଲୋକ ଗମନ କରିଛନ୍ତି। ସେ ଜଣେ କାର୍ଯ୍ୟଦକ୍ଷ କର୍ମଚାରୀ ଭାବେ ସୁନାମ ଅର୍ଜନ କରିଥିଲେ। ଶ୍ରୀ ବେହେରାଙ୍କ ବିୟୋଗରେ ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଗଭୀର ଶୋକ ପ୍ରକାଶ କରି ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ଏଥି ସହ ଗୋଲିଆ ପଞ୍ଚାୟତ ସରପଞ୍ଚ ମନୋରମା ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ବେହାରଙ୍କ ମୃତ୍ୟୁରେ ବୁଗୁଡା ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ