ବ୍ଲକର ସମସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଫଳକ ଲଗାଯିବା ନେଇ ମିଡ଼ିଆ ଆସୋସିଏସନ ପକ୍ଷରୁ ଦାବିପତ୍ର
ବେତନଟୀ, (ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପରିସରରେ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କ ପ୍ରୋକଷ୍ଠରେ ସୁଚନା ଫଳକ ଲଗାଯିବା ନେଇ ବେତନଟୀ ବିଡିଓ ସୁଶାନ୍ତ କୁମାର ସୂତାରଙ୍କୁ ଶନିବାର ଦିନ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଫଳକ ନଥିବା ଯୋଗୁଁ ବେତନଟୀ ବ୍ଲକ ଅଞ୍ଚଳର ଲୋକ ମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍ ର ସଦସ୍ୟ ମାନେ ଏହି ଦାବିପତ୍ର ମାଧ୍ୟମ ରେ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଇ.ପି.ଓ.ଙ୍କୁ ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ବେତନଟୀ ବ୍ଲକର ଜନ ସାଧାରଣ ଦେଖି ବାକୁ ପାଇ ନଥିବା ବେଳେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ , ବ୍ଲକ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ ମଙ୍ଗଳ ଅଧିକାରି, ବ୍ଲକ ସମାଜ ମଙ୍ଗଳ ଅଧିକାରୀ, ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ମିଶନ ଶକ୍ତି ଅଧିକାରୀ, ଜଳ ଯୋଗାଣ ଓ ପରିମଳ ବିଭାଗର ବ୍ଲକ ସଂଯଯୋକଙ୍କ କାର୍ଯ୍ୟାଳୟ ରେ ସୂଚନା ଫଳକ ନଥିବାରୁ ଏହି ଅଧିକାରୀ ମାନଙ୍କୁ ସାକ୍ଷାତ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଏଭଳି କି ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପୂର୍ବ ରୁ ବ୍ଲକ ପରିସର ରେ ରହିଥିବା ବେଳେ ପ୍ରାୟ ୬ମାସ ହେବ ଏହି ଅଧିକାରୀଙ୍କୁ ଲୋକେ ଖୋଜି ପାଉନାହାନ୍ତି। ବେତନଟୀ ବ୍ଲକର ୨୪ ଗ୍ରାମ ପଞ୍ଚାୟତର ଅଧିକାଂଶ ଜନସାଧାରଣ ଏହି ଅଭିଯୋଗ ଆଣିଛନ୍ତି। ସୂଚନା ଯୋଗ୍ୟ ବେତନଟୀ ବ୍ଲକ ହେଡ୍ କ୍ୱାଟର ଠାରୁ ପ୍ରାୟ ଅଧିକାଂଶ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଗ୍ରାମ ଗୁଡ଼ିକ ୧୦ରୁ ୩୦ କିଲୋମିଟର ଦୂରତା ରହିଛି। ସେମାନେ ଏଥି ପାଇଁ ଟ୍ରେନ୍,ବସ ଏବଂ ସାଇେଲରେ ଆସି ଦୀର୍ଘ ସମୟ ଅପେକ୍ଷା କରି ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରୁ ଥିବା ଦେଖିବାକୁ ମିଳୁଛି। ବେତନଟୀ ବ୍ଲକ ଆଇ.ପି.ଓ. ଏବଂ ସହକାରୀ ମତ୍ସ୍ୟ ଅଧିକାରୀ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା କାରଣ ଜନସାଧାରଣଙ୍କ ପାଖରେ ଅସ୍ପଷ୍ଟ ରହିଛି। ବେତନଟୀ ବିଡିଓ ବ୍ଲକରେ ଆଇ.ପି.ଓ. ଅନୁପସ୍ଥିତ ରହିବାର କାରଣ ସମ୍ପର୍କରେ ଖୁବ୍ ଶୀଘ୍ର ସୂଚନା ବେତନଟୀ ବ୍ଲକ ମିଡିଆ ଆସୋସିଏସନ୍ କୁ ଜଣାଇବା ସହ ମତ୍ସ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ବୈସିଙ୍ଗା କୁ ଉଠି ଯାଇଥିବା ଜଣାଇଛନ୍ତି। ବ୍ଲକରେ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତି ଶୀଘ୍ର ସୂଚନା ଫଳକ ଲଗାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।