ବ୍ଲକସ୍ତରୀୟ ଅଣଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ 

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆସୋସିଏସନ ଫର ଡେଭଲପମେଣ୍ଟ ଇନିସିଏନ୍ଟିଭ ସଂସ୍ଥା ଦ୍ୱାରା ଏକ ବ୍ଲକସ୍ତରୀୟ ଅଣଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏହି ପ୍ରତିଯୋଗିତା କୁ ପଞ୍ଚାପିଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ, କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାଏକ, କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରବୀନ୍ଦ୍ର କୁମାର ସାହୁ, କରଞ୍ଜିଆ ବ୍ଲକ ଗୋଷ୍ଠି କୃଷି ଅଧିକାରୀ ବିଶ୍ଵଭୂଷଣ ନାୟକ, ଆସୋସିଏସନ ଫର ଡେଭଲପମେଣ୍ଟ ଇନିସିଏନ୍ଟିଭ ସଂସ୍ଥା ସଂଯୋଜକ ବିଷ୍ଣୁ ପ୍ରସାଦ ପରିଡା ଙ୍କ ପ୍ରମୁଖ ଉପସ୍ଥିତ ଥିଲେ

ଏହି ପ୍ରତିଯୋଗିତା ରେ ମା ବାଉଳି ସ୍ୱୟଂ ସହାୟିକା ଗୋଷ୍ଠି ସଲରାପଦା , ଖୁସି ସ୍ୱୟଂ ସହାୟିକା ଗୋଷ୍ଠି ସଲରାପଦା, ମା ଲକ୍ଷ୍ମୀସ୍ୱୟଂ ସହାୟିକା ଗୋଷ୍ଠି ପାଟବିଲ , ମା ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠି ପାଟବିଲ , ସରସ୍ବତୀ ସ୍ୱୟଂ ସହାୟିକା ଗୋଷ୍ଠି ବଡ଼ଦେଉଳି , ମା ମନୀଷାସ୍ୱୟଂ ସହାୟିକା ଗୋଷ୍ଠି ମଲାରପଦା , ଅର୍ଣ୍ଣପୂର୍ଣ୍ଣା ସ୍ୱୟଂ ସହାୟିକା ଗୋଷ୍ଠି ବଡ଼ଗାଁ , ଜୟ ଗଣେଶ ସ୍ୱୟଂ ସହାୟିକା ଗୋଷ୍ଠି କରଞ୍ଜିଆ ଏନଏସି , ବାବା ପୁର୍ଣ୍ଣେସ୍ୱର ସ୍ୱୟଂ ସହାୟିକା ଗୋଷ୍ଠି କରଞ୍ଜିଆ ଏନଏସି ଆଦି ୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠି ଅଂଶଗ୍ରହଣ କରିଥିଲେ କାର୍ଯ୍ୟକ୍ରମକୁ କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ