ବ୍ଲକସ୍ତରୀୟ ଅର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ରୁ୍ୟଜ୍):ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଅର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ମୁଖ୍ୟବକ୍ତା ଭାବେ ଆଇନିଜୀବ ବିରନାରାୟଣ ପାତ୍ର, ସମ୍ମାନୀତ ଅତିଥିଭାବେ ବ୍ଲକ ଅତରିିକ୍ତ ଶିକ୍ଷାଧିକାରୀ ବାଇଧର ତ୍ରୀପାଠୀ, ବ୍ଲକ ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରୀ ସ୍ତରରେ ପ୍ରଣୟନ କରାଯାଇଥିବା ଆଇନ ସଂର୍ପକରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଉକ୍ତ ଅଂଚଳର ବରିଷ୍ଠ ନାଗରିକ ବିପିନି ବେହେରା, ନବକିଶୋର ମହାନ୍ତି, କୈଳାଶ ଚନ୍ଦ୍ର ଦାଶ, ରବିନ୍ଦ୍ର ପଟ୍ଟନାୟକ, ମହେଶ୍ୱର ଦାସ, ରଘୁନାଥ ଦାସ, ବଂଶୀଧର ବେହେରାଙ୍କ ସମେତ ବିଭିନ୍ନ ସଂଗଠନର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକର ଏପିଓ ଜ୍ୟୋତିର୍ମୟ ନାୟକ, ଜିପିଇଓ ଦିନେଶ ରାୟ, ପିଏ ପ୍ରସନ୍ନଜିତ ନାୟକ, ପ୍ରକାଶ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ ।