ବ୍ଲକସ୍ତରୀୟ କରୋନା ଭାଇରସ ସଚେତନତା ସମ୍ପର୍କିତ କର୍ମଶାଳା

ଛତ୍ରପୁର : ବ୍ଲକ ସମ୍ମିଳନୀ କକ୍ଷରେ କରୋନା ଭାଇରସ୍ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ପଂଚାୟତ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଲୋକମାନେ କରୋନା ଭାଇରସ ସମ୍ପର୍କରେ ସଚେତନ ହୋଇପାରିବେ । କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରୁହନ୍ତୁ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲ।। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟରେଡ୍ଡୀ , ଉପାଧ୍ୟକ୍ଷା ଅମିତା ସାହୁ ,ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପ୍ରମୂଖ ଯୋଗଦେଇ ବାରମ୍ବାର ସାବୁନ୍ ରେ ହାତ ଧୋଇବା, ମାସ୍କ ଲଗାଇବା, ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଏବଂ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅନ୍ୟୁନ ୧ ମିଟର ଦୂରରେ ଥାଇ କଥାବାର୍ତା ହେବା, ଥଣ୍ଡା , କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଲେ ଲୋକମାନଙ୍କୁ ମେଡିକାଲ ଭର୍ତି କରିବା , କାଶ, ଛିଙ୍କ ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡାଇ ରଖିବା, ମୁହଁ, ଆଖି ଓ ନାକକୁ ସ୍ପର୍ଶ ନକରିବା ସମେତ କରୋନା ଭାଇରସ୍ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ , ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡି ଓ ପ୍ରମୋଦ କୁମାର ପ୍ରଧାନ ସରପଂଚ ଟି.ନରସିଂହ ରେଡ୍ଡି, ଏମ.ନାରସୁମୁଲୁ ରେଡ୍ଡି, ଶ୍ରୀରାମଚନ୍ଦ୍ର ବେହେରା, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିଡିଏମ୍ ଶିବାନୀ ସେନାପତି ସମେତ ବହୁ ପଂଚାୟତ ପ୍ରତିନିଧି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ କରୋନା ଭାଇରସ୍ ସମ୍ବନ୍ଧୀୟ ଉପରେ ଏକ ପ୍ରୋଜେକ୍ଟର ମାଧ୍ୟମରେ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ