ବ୍ଲକସ୍ତରୀୟ ଜନଶୁଣାଣି ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାମାଜିକ ସମୀକ୍ଷା ଉତରଦାୟିତ୍ୱ ଏବଂ ସ୍ୱଚ୍ଛତା ସଂସ୍ଥାନ(ଓସାଟ) ଓ ନାଉଗାଁ ବ୍ଲକ ମିଳିତ ଆନୁକୁଲ୍ୟରେ ଆୟୋଜିତ ଜନଶୁଣାଣି ଶିବିରରେ ବିଡିଓ ରଶ୍ମୀରେଖା ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଏହି ଶିବିରରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ମନରେଗା କାର୍ଯ୍ୟର ଆମ୍ବୁଡସ୍ମ୍ୟାନ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନ, ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଙ୍କିତା ଜାଲି, ସହାୟକ ଯନ୍ତ୍ରୀ କୈଳାଶ ବେହେରା, ବ୍ଲକ ଯୋଗାଣ ନିରୀକ୍ଷକ ଅମୀୟ ରଂଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ୨୦୨୦-୨୦୨୧ର ସାମାଜିକ ସମୀକ୍ଷା ଓ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ । ଏହି ଶିବିରରେ ବ୍ଲକର ସମସ୍ତ ପିଇଓ, କନିଷ୍ଠ ଯନ୍ତ୍ରୀ, ଜିଆରଏସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିବିରକୁ ବିଏସଏ ସଚିନ ଦାସ ପରିଚାଳନା କରୁଥିଲେ ।