ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ସଂପର୍କିତ ପ୍ରଦର୍ଶନୀ 

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପରିସରରେ ଛତ୍ରପୁର ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ସଂପର୍କିତ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ପ୍ରଦର୍ଶନୀ ମେଳାରେ ଉଦ୍‌ଘାଟକ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଯୋଗ ଦେଇ ପ୍ରଦର୍ଶନୀ ମେଳାକୁ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟଅତିଥି ଭାବେ ଅନସ୍ଲୋ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଡି.ଏସ୍‌.ଏସ୍‌. ବିଷ୍ଣୁପ୍ରସାଦ ତ୍ରିପାଠୀ, ଏବିଇଓ ନୃସିଂହ ଚରଣ ମିଶ୍ର ଓ ଘନଶ୍ୟାମ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରଦର୍ଶନୀ ମେଳାରେ ଉଚ୍ଚପ୍ରାଥମିକ ସ୍ତରରେ ୭୩ ଏବଂ ହାଇସ୍କୁଲ ସ୍ତରରେ ୩୫ ମୋଟ ୧୦୮ଟି ପ୍ରକଳ୍ପ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରାଇଥିଲେ । ଏଥିରେ ଅନସ୍ଲୋ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଏସ୍‌.ଦିଲେଶ୍ୱର ରେଡ୍ଡୀ ଓ ନବମ ଶ୍ରେଣୀ ସ୍ୱିଟି ମହାରଣା ଛାତ୍ରୀ, ନରେନ୍ଦ୍ରପୁର ହାଇସ୍କୁଲର ଦଶମଶ୍ରେଣୀର ଛାତ୍ର ବିନିତ୍ ପଣ୍ଡା ଏବଂ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଇ.ଅମିତ୍‌ଙ୍କ ତରଫରୁ ପ୍ରକଳ୍ପ ଗୁଡିକ ଉମ ହୋଇଥିବାରୁ ସେମାନଙ୍କୁ ଜିଲ୍ଲାସ୍ତର ପ୍ରଦର୍ଶନୀ ମେଳାରେ ଭାଗ ନେବାକୁ ଉୀର୍ଣ୍ଣ ହୋଇଛନ୍ତି । ବିଚାରକ ମଣ୍ଡଳୀ ଭାବେ ଡୁରା ଆର୍‌.ଏନ୍‌.କଲେଜର ପ୍ରାଣି-ବିଜ୍ଞାନର ମୁଖ୍ୟ ଡା.ଉଷାରାଣୀ ବ୍ରହ୍ମା ଓ ଗୋପାଳପୁର କଲେଜର   ଅଧ୍ୟାପକ ଡ.କଳାଚାନ୍ଦ ଦାଶ ପରିଚାଳନା କରିଥିଲେ । ପରେ ଅପରାହ୍ନରେ ବ୍ଲକସ୍ତରରେ କୃତୀତ୍ୱ ହାସଲ କରିଥିବା ଛତ୍ରପୁର ବିଇଓ ଶ୍ରୀ ପାତ୍ର ଓ ଅନ୍ୟାନ୍ୟ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନସ୍ଲୋ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସିଆର ସିସି ଏବଂ ବ୍ଲକର ଶିକ୍ଷକମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ