ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି । ଏହି ମେଳାରେ ୨୦ ଟି ପ୍ରାଥମିକ ବିଦ୍ୟାଳୟ,୨୬ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୩ ଟି ମାଧ୍ୟମିକ ବିଦ୍ୟାଳୟ ,ଆଦର୍ଶ ବିଦ୍ୟାଳୟ ଓ ଅନ୍ୟ ବେସରକାରି ବିଦ୍ୟାଳୟରୁ ସର୍ବମୋଟ ୯୯ଟି ପ୍ରକଳ୍ପ ସ୍ଥାନ ପାଇଥିଲା ।ଏହି ପ୍ରଦର୍ଶନୀ ରୁ ୫ ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତର କୁ ମନୋନୀତ କରାଯାଇଥିଲା। ମୁଖ୍ୟ ଅତିଥିଭାବେ କ୍ରିଡା , ଯୁବ ବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରି ଥିବାବେଳେ ସମ୍ମାନୀତ ଅତିଥି ଭାବେ କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ବିଡିଓ ତୁଷାର ଜ୍ୟୋତି ରଞ୍ଜନ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର, ବିଇଓ ମନ୍ଦରଧର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦିକ୍ଷିତ,ସରପଞ୍ଚ ଅଭୟ କୁମାର ସେଠୀ,ସହ ଶିକ୍ଷା ଅଧିକାରୀ ଦେବରାଜ ଦାସ,ପ୍ରସନ୍ନ କୁମାର ମଲ୍ଲିକ,ସିଆରସିସି ବିଷ୍ନୁ ଚରଣ ସୁବୁଦ୍ଧି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଉତ୍ସାହିତ କରିଥିଲେ ।ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଉତ ସଭା ପରିଚାଳନା କରିଥିଲେ । ଶିକ୍ଷକ ନେତା ହୃଦାନନ୍ଦ ସାସମଲ,ମୁନିର ଅହମ୍ମଦ ଖାଁ ,ଦିପ୍ତି କୁମାରୀ ମହାନ୍ତି ଓ ବିଷ୍ନୁ ଚରଣ ମହାନ୍ତି ବିଜ୍ଞାନ ମେଳା କମିଟି ତରଫରୁ ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତି ରଂଜନ ମିଶ୍ରଙ୍କୁ ସ୍ମୃତି ଫଳକ ପ୍ରଦାନ କରିଥିଲେ ।ଏହି ପ୍ରଦର୍ଶନୀରେ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି, ଶିକ୍ଷକ ସଂଘ କର୍ମକର୍ତା ଓ ଗାଇଡ ଶିକ୍ଷକ ଯୋଗଦାନ କରିଥିବାବେଳେ ସାଧନ କେନ୍ଦ୍ର ସଂଯୋଜକ ବିଷ୍ନୁ ଚରଣ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ