ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ): ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଲୋକ କଳା ଓ ସଂସ୍କୃତିର ମହାପର୍ବ ଲୋକ ମହୋତ୍ସବ ଚଇତି ୨୦୨୪ ଆଜି ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କୋଲନରା ଧବଳେଶ୍ବର ଙ୍କ ମନ୍ଦିର ନିକଟରେ ଚିର ସ୍ରୋତା କୋଳ ନାଳରୁ ପୂଜାବିଧି ସହ ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି ପବିତ୍ର ଜଳ ସଂଗ୍ରହ କରି କଳସ ଯାତ୍ରା ବାଜା ବାଜେଣି ରେ ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ମିନି ଷ୍ଟାଡିୟମରେ ନିର୍ମିତ ଚଇତି ମଣ୍ଡପରେ ସ୍ଥାପନ କରିଥିଲେ। ଏହି କଳସ ଯାତ୍ରାରେ ବିଡ଼ିଓ ରିନା ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ସେକ୍ସନ ଅଫିସର ଅରୁଣ କୁମାର ପାଢୀ, ବି ଏଫ ଓ ଗଣେଶ୍ୱର ଭଟ୍ଟ, ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ମହିଳା ମଣ୍ଡଳ ସଦସ୍ୟା, ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡି କର୍ମୀ ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ଥିଲେ। ଚଇତି ମଣ୍ଡପ ମଞ୍ଚରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧଵ ହିକକା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଏ ଡି ଏମ ଭାସ୍କର ରଇତ, ଜିଲ୍ଲା ଚଇତି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ଼ଃ ଦୟାନିଧି ବାଗ, ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଲା ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡମ୍ବରୁଧର ପଣ୍ଡା ଯୋଗଦେଇ ଥିଲେ। ଏହି ଅବସରରେ ଚଇତି ପଡ଼ିଆରେ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ପଞ୍ଚାୟତ ସମିତି, କୃଷି ବିଭାଗ, ଆଇ ସି ଡି ଏସ, ଏସ ଏଚ ଜି, ଉଦ୍ୟାନ କୃଷି, ଜଳଛାୟା ବିଭାଗ, ପାନୀୟ ଜଳ ଓ ପରିମଳ ସମେତ ମୋଟ ୧୫ ଟି ଷ୍ଟଲ କରା ଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଚଇତି ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଚଇତି ମଣ୍ଡପରେ ଅତିଥିମାନେ ସମ୍ମାନିତ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ପ୍ରଫୁଲ୍ଲ ପାଢ଼ୀ ଓ ପ୍ରଦୀପ ନାୟକ କରିଥିଲେ। ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଓ ସାର୍ଟିଫିକେଟ ସହିତ ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମର ବିଭିନ୍ନ କମିଟିରେ ଏମ ଆଇ ଅନୀଲ କୁମାର ଗମାଙ୍ଗ, ଏପିଓ ସୁମିତ୍ରା ପାଣିଗ୍ରାହୀ,ଆର ଡବ୍ଲ୍ୟୁ ଏସ ଏସ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ, ବିଏସ ଏସ ଓ ପ୍ରଭାତ କୁମାର ଶବର, ବିପିସି ମନୋଜ କୁମାର ପାଣି, ଡବ୍ଲ୍ୟୁଇଓ ଦେବାଶିଷ ମୁଣ୍ଡ, ବି ଏଲ ସି ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ସହକାରୀ ଯନ୍ତ୍ରୀ ସ୍ୱାଗତିକା ଛୁଆଳସିଂ, ସମସ୍ତ ପିଇଓ, ଯନ୍ତ୍ରୀ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ବି ଏଫ ଓ ଶ୍ରୀ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ