ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ପାଇଁ ସ୍ଥାନ ଓ ଦିନ ଧାର୍ଯ୍ୟ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲାର ପ୍ରତି ବ୍ଲକରେ ଆୟୋଜିତ ହେବାକୁ ଥିବା ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ପାଇଁ ସ୍ଥାନ ଓ ଦିନ ଧାର୍ଯ୍ୟ କରାଯାଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧୭ତାରିଖ ଦିନ ବାଲେଶ୍ୱର ସଦର ବ୍ଲକ ପରିଖି ପଂଚାୟତର ଆଂଚଳିକ ଉଚ୍ଚ ବିଦ୍ୟାଳୟରେ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ ୧୮ତାରିଖ ଦିନ ଭୋଗରାଇ ବ୍ଲକର ଜଳେଶ୍ୱରପୁର ହାଇସ୍କୁଲରେ ଏହା ଆୟୋଜିତ ହେବ । ଅନୁରୂପ ଭାବେ ଏପ୍ରିଲ ୧୯ତାରିଖ ଦିନ ବାଲିଆପାଳର କରଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏପ୍ରିଲ ୨୫ତାରିଖ ଦିନ ବାହାନଗା ବ୍ଲକ ମଣିଭଦ୍ର ଉଚ୍ଚ ବିଦ୍ୟାଳୟ,ଏପ୍ରିଲ ୨୬ତାରିଖ ଦିନ ସିମୁଳିଆ ମଇତାପୁର ସ୍ଥିତ ବି.ଏସ.ନୋଡାଲ ହାଇସ୍କୁଲ, ଏପ୍ରିଲ ୨୭ ତାରିଖ ଦିନ ଖଇରା ସ୍ଥିତ ଖଇରା ଉଚ୍ଚ ବିଦ୍ୟାଳୟରେ ଏହା ଅନୁଷ୍ଠିତ ହେବ । ସେହିପରି ଏପ୍ରିଲ ୨୯ତାରିଖ ଦିନ ବସ୍ତା ବ୍ଲକର ବାଲିଆପଟି ୟୁ.ଜି.ଏମ.ଇ.ସ୍କୁଲ ଏବଂ ଜଳେଶ୍ୱର ବ୍ଲକର ଡି.ପି.ପୁର ଗୁଆଗଢିଆ ବାତ୍ୟା ଆଶ୍ରୟସ୍ଥଳୀ, ଏପ୍ରିଲ ୩୦ତାରିଖ ଦିନ ନୀଳଗିରି ବ୍ଲକ ଛତ୍ରପୁର ସ୍ଥିତ ସରକାରୀ ୟୁପି ସ୍କୁଲ ଏବଂ ଔପଦା ବ୍ଲକର ପ୍ରତାପପୁର ନୋଡାଲ ୟୁ.ପି.ସ୍କୁଲରେ ଏହା ଅନୁଷ୍ଠିତ ହେବ । ଆସନ୍ତା ମଇ ମାସ ୧ତାରିଖ ଦିନ ରେମୁଣା ବ୍ଲକର ବରୁଣସିଂହ ୟୁ.ଜି.ଏମ.ଇ ସ୍କୁଲ ଏବଂ ମଇ ୩ତାରିଖ ଦିନ ସୋର ବ୍ଲକ ମଙ୍ଗଳପୁର ସ୍ଥିତ ଶ୍ରୀନିବାସ ଡିଗ୍ରୀ ମହାବିଦ୍ୟାଳୟରେ ଏହା ଆୟୋଜିତ ହେବ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ଷ୍ଟଲ୍ ସ୍ଥାପନ ସହ ରୋଗୀଙ୍କର ପଞ୍ଜୀକରଣ ଓ ସେମାନଙ୍କ ଡିଜିଟାଲ୍ ହେଲଥ୍ ଆଇଡି ପ୍ରସ୍ତୁତ କରାଯିବ । ବିଭିନ୍ନ ପରୀକ୍ଷାନିରୀକ୍ଷା ଓ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ସହ ଔଷଧ ବଂଟନ ଏବଂ ଉତମ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ସମ୍ପର୍କିତ ପରାମର୍ଶ ପ୍ରଦାନ କରାଯିବ । ବ୍ଲକସ୍ତରରେ ଆୟୋଜିତ ହେଉଥିବା ଏଭଳି ଉନ୍ନତମାନର ସ୍ୱାସ୍ଥ୍ୟମେଳାର ସୁଯୋଗ ନେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ