ବ୍ଲକ୍ସ୍ତରୀୟ ଜାତୀୟ କୃମି ନାସକ ଦିବସ
ଘଟଗାଁ,(ଯୁଗାବ୍ଦ ନ୍ୟୁଜ୍) : ଆଜି ଘଟଗାଁ ବ୍ଲକ୍ର ବାଲିଯୋଡି ଉତିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ସ୍ତରୀୟ ଜାତୀୟ କୃମି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଘଟଗାଁ ସ୍ୱାସ୍ଥ୍ୟ କନ୍ଦ୍ର ଚିକିତ୍ସାଧିକାରୀ ଡାଃ ମୁକ୍ତିକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଘଟଗାଁ ବିଇଓ କ୍ଷେତ୍ରମୋହନ ହାଂସଦା, ଏବିଇଓ ରମେଶ ଚନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ସୁନିତା ଦାସ, ସୁବର୍ଣ୍ଣା ପ୍ରତିହାରୀ, ବିପିନ ବିହାରୀ ଶତପଥି, ହେମନ୍ତ କୁମାର ବାରିକ୍, ବିଷ୍ଣୁ ନାରାୟଣ ଦାସ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ନୟନଲତା ମହାନ୍ତ, ଶରତ ଚନ୍ଦ୍ର ମାଝୀ, ଜଗବନ୍ଧୁ ମହାନ୍ତ, ପ୍ରିୟଙ୍କା ସାହୁ, ଶୁକଦେବ ପ୍ରଧାନ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ରୋହିତ କୁମାର ବେହେରା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୫ଜଣ ଛାତ୍ର ଏବଂ ୧୩୩ଜଣ ଛାତ୍ରୀ ମଧଯୟ ଉପସ୍ଥିତ ଥିଲେ ।