ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରୁ ୫’ କମ୍ୟୁଟର ସେଟ୍ ସମେତ ବିଭିନ୍ନ ସାମଗ୍ରୀ ଚୋରୀ

ରାଇରଙ୍ଗପୁର,(ଅକ୍ଷୟ ବିଶ୍‌ଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରୁ ୫’ କମ୍ପ୍ୟୁଟର ସେଟ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ, ପୋଲିସ୍ ର ତଦନ୍ତ ଜାରି। ସୂଚନା ଅନୁସାରେ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟ ସାରି ଅଧିକାରୀ ମାନେ କାଯ୍ୟାଳୟ ବନ୍ଦ କରିଥିଲେ। ତେବେ ଆଜି କାର‌୍ୟ୍ୟାଳୟ ଖୋଲିବା ସମୟରେ କାର‌୍ୟ୍ୟାଳୟର ତାଲା ଭାଙ୍ଗି ଏକାଧିକ କମ୍ୟୁଟର ସେଟ୍ ସହିତ ପ୍ରିଣ୍ଟର ଚୋରାଇ ନେଇଥିବା ଜାଣିବାକୁ ପାଇଥିଲେ। ଅପରାହ୍ନ ୧’ ଘଟିକା ସମୟରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରୁ ଘଟଣା ବିଷୟରେ ବହଳଦା ଥାନାରେ ସୂଚନା ଦିଆଯାଇଥିଲା। ।ଏନେଇ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଜୟମୁନୀ ବେହେରା ଥାନାରେ ଲିଖିତ ଏତେଲା ଦେଇଥିଲେ ।ବହଳଦା ଥାନାଧିକାରୀ ପଞ୍ଚାନନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ବହଳଦା ଥାନା ପୋଲିସ୍ କେଶ୍ ନଂ ୮୨/୨୧’ ରେ ଏକ ଚୋରୀ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରିରଖିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୋନରଞ୍ଜନ ବିଶ୍ବାଳ ଏବଂ ଉପଖଣ୍ଡ ପୋଲିସ୍ ଅଧିକାରୀ ରତିକାନ୍ତ ଗିରି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଅନୁସନ୍ଧାନ କରିଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ