ବ୍ଲକ୍ ସ୍ତରୀୟ ଇକୋ କ୍ଳବ୍ ପ୍ରଦର୍ଶନୀ, 40 ପ୍ରକଳ୍ପ ପ୍ରଦର୍ଶିତ
ରାଇକିଆ,(ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସୁଗଡବାଡି ହାଇସ୍କୁଲ ପରିସରରେ ବ୍ଲକ୍ ସ୍ତରୀୟ ପରିବେଶ ସଂପର୍କୀତ ଇକୋ କ୍ଳବ୍ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବିଇଓ ହାଡ଼ିବନ୍ଧୁ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା 40 ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥି ମଧ୍ୟରୁ ଶ୍ରେଷ୍ଠ ପ୍ରକଳ୍ପ ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ନେହାସିଷ ପଣ୍ଡା, ନବ ଜ୍ୟୋତି ଉଚ୍ଚ ବିଦ୍ୟାଳୟ ର ଅଞ୍ଜନା ପ୍ରଧାନ, ସୁଗଡବାଡି ହାଇସ୍କୁଲ ର ଶ୍ରବଣ ନାୟକ ଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ କରଯାଇଥିଲା । ବିଚାରକ ଭାବେ କୃଷି ବିଭାଗ ରୁ ଦୀପକ ନାୟକ, ଜଙ୍ଗଲ ଓ ପରିବେଶ ବିଭାଗ ରୁ ଉସତ କହଁର, ଉଦ୍ୟାନ ବିଭାଗ ରୁ ଅମିତ ମଲ୍ଲିକ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପାୟ ପ୍ରଧାନ, ମୋ ସ୍କୁଲ୍ ଅଭିଯାନ ସଭାପତି ଅଶୋକ ଦିଗାଲ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁରପ୍ରଭା ନାୟକ, ଶିକ୍ଷକ ସୈଳେନ୍ଦ୍ର ଦିଗାଲ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।