ବ୍ଲକ୍ ସ୍ତରୀୟ କୃଷକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କୃଷି ବିଭାଗ ପକ୍ଷରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ଅନୁଷ୍ଠିତ ୨ ଦିନିଆ ବ୍ଲକ ସ୍ତରୀୟ କୃଷକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟ ତଥା ଜିଲ୍ଲା କୃଷି ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଧାମନଗର କୃଷି ଜିଲ୍ଲା ଅଧିକାରୀ ତରୁଣ କୁମାର ଛୋଟରାୟ, ଜିଲା ମୃତ୍ତିକା ରସାୟନବିତ୍ ତିଳୋତ୍ତମା ମହାକୁଡ ଯୋଗଦେଇ ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ମୃତ୍ତିକା ପରୀକ୍ଷା କରାଇ କୃଷି ଅଧିକାରୀମାନଙ୍କ ପରାମର୍ଶ କ୍ରମେ ଅଧିକ ଅମଳକ୍ଷମ ବିହନ, ଅନୁପାତିକ ଭାବେ ସାର ଓ ବିଷ ପ୍ରୟୋଗ କରି ଚାଷୀମାନେ କିପରି ଅଧିକ ଫସଲ ଉତ୍ପାଦନ କରିପାରିବେ ସେନେଇ ପରାମର୍ଶ ଦେଇଥିଲେ । ସେହିପରି ଆଗରପଡା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ନାୟକ ଯୋଗଦେଇ ଚାଷ ପୂର୍ବରୁ କୃଷକ ମାନେ ସମବାୟ ସମିତି ଓ ସମବାୟ ବ୍ୟାଙ୍କରୁ ଋଣ ନେଇ ବିହନ, ସାର, ବିଷ ସଂଗ୍ରହ କରି କିପରି ଲାଭବାନ ହୋଇପାରିବେ ସେନେଇ ପରାମର୍ଶ ଦେଇଥିଲେ । ଶିବିରରେ ବିଭିନ୍ନ ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀ, କୃଷକସାଥୀ ଓ ଅଗ୍ରଣୀ ଚାଷୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କୃଷି କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ