ବ୍ଲକ୍ ସ୍ତରୀୟ କ୍ରୀଡା ମହୋତ୍ସବ ପାଳିତ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍‌) : ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ଖେଳ ପଡିଆରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ଏକ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଓମ୍ ମାଆ ନାରାୟଣୀ ଯୁବ ସେବା ସଂଘ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭଲିବଲ , କବାଡି, ଲମ୍ଵଡିଆଁ ଆଦି ସାତଟି ବିଭାଗରେ ୧୧ ଗୋଟି ଗ୍ରାମରୁ ଏକ ଶହ ପଚାଶ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ l ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପାଞ୍ଚ ଜଣ କ୍ରୀଡା ଶିକ୍ଷକଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ନେହେରୁ ଯୁବ କେନ୍ଦ୍ର ସଦସ୍ୟା ଦୀପ୍ତିମୟୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ