ବ୍ଲକ୍ ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସୋମବାର ବ୍ଲକ୍ ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବ୍ଲକ ର ବିଭିନ୍ନ ପଂଚାୟତ ରୁ ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ । ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଡ଼ିଓ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ସୁଭଦ୍ରା ମୁଣ୍ଡିକା, ସ୍ଵତନ୍ତ୍ର ବିକାଶ ପରିଷଦ ସଦସ୍ୟ ଭୂଷଣ ପ୍ରଧାନ, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହି, ଜୀବନ ଜ୍ୟୋତି ମହାବିଦ୍ୟାଳୟ ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ପ୍ରମୁଖ ଯୋଗ ଦେଇ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗୀତା ଦୁଇଦିନ ଧରି ଅନୁଷ୍ଠିତ ହେବ । ବ୍ଲକ୍ ର ବିଭିନ୍ନ ହାଇସ୍କୁଲ୍ ର କ୍ରୀଡା ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ସମସ୍ତ ପ୍ରତିଯୋଗୀତା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ କୁ ଡବ୍ଲୁଇଓ ଉର୍ମିଳା ପ୍ରଧାନ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ