ବ୍ଲକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା
ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବଡ଼ସାହି ବ୍ଳକ୍ ସ୍ତରୀୟ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସିଂ , ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ ଓ ବଡ଼ସାହି ପଞ୍ଚାୟତର ସରପଞ୍ଚ ବୁଧୁରାମ ସିଂ,ବଡ଼ସାହି ବ୍ଲକ ଶିକ୍ଷା ବିଭାଗର ମୋହାମାୟା ତୁଟାଇ ପାରୁ ନ ଥିବା ବଡ଼ସାହି ବ୍ଲକର ପୂର୍ବତନ ତଥା ଖୁଣ୍ଟା ବ୍ଲକରେ କାର୍ଯ୍ୟରତ ଏବିଇଓ ପଦ୍ମଲୋଚନ ଦାସ, ବଡସାହି ବ୍ଳକର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରାଧିଆ ଚରଣ ମୁଣ୍ଡା ଓ ବଡ଼ସାହି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ବଡସାହି ବ୍ଲକ୍ ର ୧୮ଟି କ୍ଲଷ୍ଟରରୁ ଶ୍ରେଷ୍ଠ ବିଦ୍ୟାଳୟ ମାନଙ୍କରୁ ମୌଳିକ ସାକ୍ଷରତା ତଥା ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଏଗୁଡ଼ିକର ମୂଲ୍ୟାୟନ ସହକାରୀ ପ୍ରଫେସର ନିହାରିକା ସେଠୀ ଓ ଅକ୍ସରା ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ମନୋଜ ପଣ୍ଡାଙ୍କ ଦ୍ଵାରା କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଷ୍ଟଲ ଗୁଡ଼ିକୁ ପୁରସ୍କୃତ କରାଯିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ପ୍ରଦାନ କରାଯାଇଥିଲା। ଶିକ୍ଷକ ଲଳିତ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି ତଥା ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ମାତ୍ର ୨/୩ ଟି କ୍ଲଷ୍ଟରକୁ ଛାଡି ଦେଲେ ଅନ୍ୟ କ୍ଳଷ୍ଟରରୁ ପିଲା ଆସି ନଥିବା ଜଣାଯାଇଥିଲା। କିନ୍ତୁ ପିଲା ମାନେ କାହିଁକି ଆସି ନ ଥିଲେ କାମପାଇଁ ଆସି ନ ଥିଲେ ଶିକ୍ଷକ ଶିକ୍ଷୟିତ୍ରୀ କାହିଁକି ପିଲାମାନଙ୍କ ଆଣି ଜାବୁଡ଼ି ଧରି ବାସି ଥିଲେ । ଏଥିନେଇ ଚୟନ ହୋଇଥିବା ପିଲା, ଅଭିଭାବକ ଏବଂ ସଂପୃକ୍ତ ଶିକ୍ଷକମାନେ ଅସନ୍ତୋଷ ପ୍ରକଟ କରିଥିବା