ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଳିତ
କାଶୀନଗର, (ରାଜେଶ କୁମାର):କାଶୀନଗର ବ୍ଲକ ର ସମସ୍ତ ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ବାରଣାସୀ ଉଚ୍ଚ ବିଦ୍ୟାଳୟ ପ୍ରଙ୍ଗନ ରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ରେ ବ୍ଲକ୍ ଶିକଷାଧିକାରୀ ଆଦିକନ୍ଦ ଗମାଙ୍ଗ ଅଧ୍ୟକ୍ଷତା କରି ସ୍ବାଗତ ଜଣାଇବା ସହ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଅଧ୍ୟକ୍ଷା ବାଲା ସାଇ ଆମ୍ମା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି NAC ଉପାଧକ୍ଷ ରଘୁରାମ ସାହୁ ମୁଖ୍ୟ ବକ୍ତା ବାଳିକା ବିଦ୍ୟାୟର ସଭାପତି ହୃଷୀକେଶ ଗୌଡ ଯୋଗଦେଇ ଛାତ୍ରାତ୍ରୀମାନଙ୍କୁ ଶିକ୍ଷାର ବିକାଶ, ପ୍ରତିଭା ଅନ୍ଵେସନ ସରକାର ଙ୍କ ଶିକ୍ଷା ବିଭାଗ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତମ ଯୋଜନା ନେଇ ଉପାଧ୍ୟକ୍ଷ ମତ ରଖି ଥିଲେ l ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରି ସୋମେଶ୍ୱର ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏ.ବି.ଇ.ଓ ବିଷ୍ଣୁ ଦାସ, ପ୍ରଧାନ ଶିକ୍ଷକ କୃମା ନାଥମ୍ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ୍ ର କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାର ବିଜୟି ପ୍ରତିଯୋଗିତା ମାନେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ l ନୃତ୍ୟ, ପ୍ରବନ୍ଧ, ମିଲେଟ, ଚିତ୍ରଙ୍କ ଆଜି ପ୍ରତିଯୋଗିତା ରେ ଭାଗ ନେଇ ଥିଲେ l କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କାର ବିତରନ କରିଥିଲେ । ସମସ୍ତ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ , ସିଆରସି ମାନେ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ l