ବ୍ଲକ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ନେଇ ବ୍ଲକ ଅଧ୍ୟକ୍ଷା ଓ ଗଣମାଧ୍ୟମ ମଧ୍ୟରେ ଆଲୋଚନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି। ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ଦୁର୍ଗମ ଅଞ୍ଚଳ ମାନଙ୍କୁ ଯାଇ ଜନସାଧାରଣଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ନିରବଛିନ୍ନ ଭାବେ ଖବର ପ୍ରସାରଣ କରି ଶାସକ ଓ ପ୍ରଶାସକମାନଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଏବଂ ଜନସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏଭଳି ସ୍ଥଳେ ନୂତନ ଭାବେ ବ୍ଲକ ଅଧ୍ୟକ୍ଷା ଦାୟୀତ୍ୱ ଗ୍ରହଣ କରିଥିବା ରୁଦ୍ଦା ମଲ୍ଲିକ ପ୍ରଥମଥର ପାଇଁ ଗଣମାଧ୍ୟମକୁ ଗୁରୁତ୍ୱ ଦେଇ ରବିବାର ଦାରିଙ୍ଗବାଡ଼ିଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟ ଚକ୍ରଧର ମଲ୍ଲିକ, ଶ୍ୟାମଘନ ପ୍ରଧାନ, ବିଦ୍ୟାଧର ମଲ୍ଲିକ, ଶରତ ଚନ୍ଦ୍ର ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବା ପରେ ଦାରିଙ୍ଗବାଡ଼ିରେ ଏକ ସାମ୍ବାଦିକ ଭବନ ଗୃହ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଦୀର୍ଘ ସମୟଧରି ଆଲୋଚନା ପରେ ଗଣମାଧ୍ୟମ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସଂପର୍କ କରି ଅଞ୍ଚଳର ବିକାଶରେ କାର୍ଯ୍ୟ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ