ବ୍ଲକ ଅଧ୍ୟକ୍ଷ ଙ୍କ ନାମରେ ୱାରେଣ୍ଟ : ଗିରଫ ଭୟରେ ଅଧ୍ୟକ୍ଷ ଫେରାର
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ର ଅଧ୍ୟକ୍ଷ ଶ୍ରୀ ଧର ନାୟକ ଙ୍କ ନାମରେ କୋର୍ଟ ରୁ କାକଟପୁର ଥାନା କୁ ଏକ ୱାରେଣ୍ଟ ଆସିଛି। ତାଙ୍କୁ ଗିରଫ କରିବାକୁ କାକଟପୁର ଥାନା ପୋଲିସ ବ୍ଲକ କାର୍ଯ୍ୟାଳୟ ଓ ଶ୍ରୀ ନାୟକ ଙ୍କ ଗ୍ରାମ ଗମ୍ଭାରିପଦା ରେ ଚଢାଉ କରି ବିଫଳ ହୋଇଛି। ଗିରଫ ଭୟରେ ସେ ଫେରାର ହୋଇ ଯାଇଥିବା କହିଛି କାକଟପୁର ଥାନା ପୋଲିସ। ଶ୍ରୀ ନାୟକ ଙ୍କ ର ଏକ ବ୍ୟାଣ୍ଡ ପାର୍ଟି ରହିଛି। ଏହି ପାର୍ଟି ରେ ଗୀତ ଗାଉଥିବା କଟକ ଅଞ୍ଚଳ ର ଜୈନିକା ଗାୟିକା ଙ୍କୁ ସେ ଦୁଃବ୍ୟବହାର କରିଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସେ କୋର୍ଟ ରେ ହାଜର ନହେବାରୁ କୋର୍ଟ ତାଙ୍କୁ ଗିରଫ କରି ହାଜର କରିବାକୁ କାକଟପୁର ଥାନା ପୋଲିସ କୁ ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ର ରୁ ଜଣାପଡ଼ିଛି। ଜଣେ ଲୋକ ପ୍ରତିନିଧି ପୁଣି ବ୍ଲକ ଅଧ୍ୟକ୍ଷ ଙ୍କ ନାମରେ ୱାରେଣ୍ଟ ଆସିବା, ପୋଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଅଫିସ ଓ ଘରେ ଚଢ଼ାଉ କରିବା ଓ ଗିରଫ ଭୟରେ ବ୍ଲକଅଧ୍ୟକ୍ଷ ଫେରାର ହୋଇ ଯିବା ଘଟଣା ଏବେ ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ବେଶଚର୍ଚ୍ଚା ର ବିଷୟ ପାଲଟିଛି ।


