ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ମଙ୍ଗଳବାର ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବରମାସ ୧୫ତାରିଖରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହେବାରୁ ବ୍ଲକ ଅଧ୍ୟକ୍ଷ ପଦ ସେହିଦିନଠାରୁ ପଡିଥିଲା । ଓଡିଶା ପଂଚାୟତ ସମିତି ଆଇନ ୧୯୫୯ର ସେକସନ-୨୦(କ)(୩) ଅନୁଯାଇ ଯେତେବେଳେ ବ୍ଲକର ଅଧ୍ୟକ୍ଷ ପଦ ଖାଲି ହେବ ସେତେବେଳେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ପଦର ସମସ୍ତ କାର୍ଯ୍ୟ ଓ ଦାୟୀତ୍ୱ ନିଜେ ନିର୍ବାହ କରିବେ । ଏଥିନିମନ୍ତେ କୈାଣସି ଉପରିସ୍ଥ ସରକାରୀ ଅଧିକାରୀଙ୍କ ଅନୁମତି ଅନାବଶ୍ୟକ । କିନ୍ତୁ କେନ୍ଦ୍ରାପଡା ବିଡିଓ ବ୍ଲକ ଅଧ୍ୟକ୍ଷ ପଦ ଖାଲି ହେବା ପରେ ଗତ ୧୮.୦୯.୨୦୨୦ରିଖରେ ପତ୍ର ସଂଖ୍ୟା – ୩୭୫୩ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଅଧ୍ୟକ୍ଷ ପଦ ଖାଲି ହେବାପରେ ଉପାଧ୍ୟକ୍ଷାଙ୍କୁ ଦାୟୀତ୍ୱ ପ୍ରଦାନ ପାଇଁ ଅନୁମତି ମାଗିଥିଲେ । କିନ୍ତୁ ପତ୍ର ପାଇବାର ଏକମାସ ପରେ ସେହିପତ୍ରର ଉତ୍ତର ଗତ ୧୯.୧୦.୨୦୨୦ରିଖରେ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ଦାୟୀତ୍ୱରେ ଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କେନ୍ଦ୍ରାପଡା ବିଡିଓଙ୍କୁ ପତ୍ର ସଂଖ୍ୟା – ୯୧୨ରେ ଜଣାଇଛନ୍ତି ଯେ ଓଡିଶା ପଂଚାୟତ ସମିତି ଆଇନ ୧୯୫୯ର ସେକସନ-୨୦(କ)(୩) ଅନୁଯାଇ ଯେତେବେଳେ ବ୍ଲକର ଅଧ୍ୟକ୍ଷ ପଦ ଖାଲି ହେବ ସେତେବେଳେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ପଦର ସମସ୍ତ କାର୍ଯ୍ୟ ଓ ଦାୟୀତ୍ୱ ନିଜେ ନିର୍ବାହ କରିବେ ବୋଲି । ଏଭଳି ଭାବରେ ସରକାରଙ୍କ ଓଡିଶା ପଂଚାୟତ ସମିତି ଆଇନର ବିରୋଧାଚରଣ କରାଯିବା ଘଟଣା ପ୍ରଥମ ବୋଲି ସାଧାରଣରେ ଆଲୋଚନା ହେଉଛି । କେଉଁ କାରଣ ପାଇଁ ମାସାଧିକ କାଳ ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷ ଦାୟୀତ୍ୱ ପ୍ରଦାନରୁ ବଂଚିତ କରାଗଲା ତାହା ତଦନ୍ତ କରାଯିବା ଆବଶ୍ୟକ । ବିଡିଓ କ’ଣ ପଂଚାୟତ ସମିତି ଆଇନ ଜାଣି ନାହାନ୍ତି ନା କେଉଁ ରାଜନୈତିକ ନେତାଙ୍କ ପ୍ରରୋଚନାରେ ଏଭଳି କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଯଦି ବିଡିଓ ଆଇନ ଜାଣି ନାହାନ୍ତି ଓ ଏଥିପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ମାଗିଲେ ତେବେ ମାସାଧିକ କାଳ କେଉଁଠି ଫାଇଲ ପଡିରହିଲା ତାହା ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ । ସରକାରଙ୍କ ଦ୍ୱାରା ପ୍ରଣିତ ଆଇନ ସହ ଏଭଳି ଭାବେ ଖେଳ ଖେଳାଯିବା ଉଚିତ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ