ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ରତିକାନ୍ତ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ଉପାଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଞ୍ଚୋ ପଞ୍ଚାୟତରୁ ବିପୁଳ ଭୋଟରେ ବିଜୟୀ ହୋଇଥିବା ସମିତିସଭ୍ୟ ରତିକାନ୍ତ ରାଉତ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟରେ ସେ ଏକମାତ୍ର ନାମାଙ୍କନ ପତ୍ର ଦାଖଲ କରିବାରୁ ନିର୍ବାଚନ ଅଧିକାରୀ ଘଟଗାଁ ତହସିଲଦାର ତାଙ୍କୁ ର୍ନିଦ୍ୱନ୍ଦରେ ବିଜୟୀ ଘୋଷଣା କରିଥିଲେ । ଆଜିର ଏହି ନିର୍ବାଚନରେ ବ୍ଲକର ସମସ୍ତ ୩୧ଟି ଯାକ ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟ ମାନେ ସଭାଗୃହରେ ଉପସ୍ଥିତ ଥିଲେ । ତାଙ୍କର ଏହି ବିଜୟ ପରେ ସେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଓ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ କୃତଜ୍ଞତା ଜଣାଇବା ସହିତ ବଞ୍ଚୋ ପଞ୍ଚାୟତ ବାସୀ ଓ ସମସ୍ତ ସମିତିସଭ୍ୟ ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆଗାମି ପାଞ୍ଚବର୍ଷ ପାଇଁ ସେ ବ୍ଲକର ବିକାଶ ମୁଳକ କାର୍ଯ୍ୟକୁ ଆଗେଇନେବା ପାଇଁ ପ୍ରତିଜ୍ଞାବନ୍ଧ ବୋଲି କହିଛନ୍ତି । ରତିକାନ୍ତ ରାଉତ ଙ୍କ ପତ୍ନୀ ଗତନିର୍ବଚେନରେ ବଞ୍ଚୋ ପଞ୍ଚାୟତରୁ ନିଦ୍ୱନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବାବେଳେ ରତିକାନ୍ତ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏବେ ଜିଲ୍ଲା ବିଜେଡି କାର୍ଯ୍ୟକାରିରୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଏହି ବିଜୟ ପରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ବିଶ୍ୱନାଥ ନାୟକ, ରବିନ୍ଦ୍ର କୁମାର ନାୟକ, ରବିନ୍ଦ୍ର କୁମାର ସାହୁ, ଚିନ୍ମୟ ନାୟକ, ଚିତ୍ତରଞ୍ଜନ ପାତ୍ର, ଅଭିମନ୍ୟୁ ସେଠୀ, ବୈଦ୍ୟନାଥ ସାମଲ, ଶଶାଙ୍କ ଶେଖର ପୁହା. ପ୍ରଦୀପ କୁମାର ଜେନା, ଧିରେନ୍ଦ୍ର ପହି, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ସୋମନାଥ ଦାସ, ଚତୁର୍ଭୁଜ ସ୍ୱାଇଁଙ୍କ ସମେତ ବହୁ ବିଜେଡି ନେତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମଥର ପାଇଁ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବାରୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସମସ୍ତ ବିଜେଡି କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ