ବ୍ଲକ କର୍ମଚାରୀଙ୍କୁ ଆକ୍ରମଣ ଓ ଅଶୋଭନୀୟ ବ୍ୟବହାର ପ୍ରତିବାଦରେ ପ୍ରତିବାଦ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଲକର ସମସ୍ତ କର୍ମଚାରୀ ମାନେ ବ୍ଲକ ଅଫିସ ଆଗରେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ ସଭା କରିଥିବା ଦେଖାଯାଇଛି । ଗତ ୨୮ ତାରିଖରେ ବିକ୍ଷୋଭକାରୀ ମାନେ ବ୍ଲକର କାର୍ଯ୍ୟରତ କର୍ମଚାରୀଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସମସ୍ତ କର୍ମଚାରୀ ମାନେ ନିଜର ସୁରକ୍ଷା ଦାବୀ କରିଛନ୍ତି । ଏନେଇ ସମସ୍ତ କର୍ମଚାରୀ ମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଏହି ପ୍ରତିବାଦ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେବେକା ବିଲୁଙ୍ଗ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ମତ୍ସ୍ୟଧିକାରୀ ଶୁଭସ୍ମିତା ଘଡେଇ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜମାଦାର ମୁଣ୍ଡା, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆ, ମୁଖ୍ୟ କିରାଣୀ ନିରଂଜନ ସେଠୀ, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାଳିକ, ବ୍ଲକ ଜନମଙ୍ଗଳ ଅଧିକାରୀ ସୌନା ମାଝୀଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ