ବ୍ଲକ କର୍ମଚାରୀ ସମେତ ନିର୍ବାଚିତ ପ୍ରତିନିଧି ନେଲେ କରୋନା ଟୀକା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଡିଓ, ତହସିଲଦାର ଓ କର୍ମଚାରୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆଜି କରୋନା ଟୀକା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରଥମ କରୋନ ଟୀକା ନଗୁଁଆ ସରପଞ୍ଚ କମଳ କୁମାର ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ବିଡିଓ ବିଜୟ କୁମାର ସାହୁ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମୀନକେତନ ବାରିକ ପ୍ରମୁଖ ସ୍ୱତଃପ୍ରଭୃତ ଭାବେ କରୋନା ଟୀକା ଗ୍ରହଣ କରିଥିଲେ । ଏହା ସହିତ ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, କନିଷ୍ଠ ଯନ୍ତ୍ରୀ ଦିବାକର ସାହୁ, ହୃଦାନନ୍ଦ ଜେନା, ବିଜୟାନନ୍ଦ ରାଉତ, ଗୋପାଳକୃଷ୍ଣ ପଣ୍ଡା, ବିକ୍ରମ ସାହୁ, ଅଜିତ ବେହେରା, ନାରାୟଣ ଚନ୍ଦ୍ର ଦାସ, ସୁଧାଂଶୁ ପାଢୀ, ରବିନାରାୟଣ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଚକ୍ରଧର ପଣ୍ଡା ପ୍ରମୁଖ କରୋନା ଟୀକା ଗ୍ରହଣ କରିଛନ୍ତି । ଏହାସହିତ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ସରପଞ୍ଚ ପ୍ରମିଳା ସାହୁ, କାମିନୀବାଳା ନାୟକ, ଅଲିଭା ନାୟକ, ମନୋଜ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ କରୋନା ଟୀକା ଗ୍ରହଣ କରିଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମେଡିକାଲ ପକ୍ଷରୁ ଡାକ୍ତର ଦେବଦତ୍ତ ପାଣିଗ୍ରାହୀ, ବିପିଏମଓ ରଶ୍ମିରେଖା ପୃଷ୍ଟି, ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ପ୍ରତିମା ନାୟକ, ପଙ୍କଜ ବେହେରା, ମନୋରଞ୍ଜନ ରାଉତ, ପ୍ରମିଳା ରାଉତ, ସୋଭାମୟୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କରୋନା ଟୀକା ପ୍ରଦାନ କରିଥିଲେ ।