ବ୍ଲକ କୃଷକ ସାଥି ସଂଘର ବିଧାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ
ବେଲକୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ବେଲକୁଣ୍ଠା ବ୍ଲକ କୃଷକ ସାଥି ସଂଘର ସଭାପତି କୁନା ପରିଡା ଓ ସଂପାଦକ ଭିଷ୍ମନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବେଲକୁଣ୍ଠା ବ୍ଲକର ସମସ୍ତ କୃଷକ ସାଥିମାନେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ମ୍ବାଇଁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟି ବିଭିନ୍ନ ଦାବୀ ନେଇ ସ୍ମାରକ ପତ୍ର ପ୍ରଦଜାନ କରିଛନ୍ତି । ଦୀର୍ଘ ୧୩ ବର୍ଷ ଧରି କୃଷି ବିଭାଗର ସରକାରୀ ଯୋଜନାକୁ ତୃଣମୁଳ ସ୍ତରରେ କୃଷି ଓ କୃଷକର ଉନ୍ନତି ତଥା ଓଡିଶାର ରାଜ୍ୟ ଉତ୍ପାଦନକୁ ଦ୍ୱିଗୁଣିତ କରିବାରେ କୃଷକ ସାଥିମାନେ ପ୍ରଚାର ପ୍ରସାର କରାଇ ଆସୁଛନ୍ତି । ମୃତ୍ତିକା ନମୁନା ସଂଗ୍ରହ ଓ ପରିକ୍ଷା , ସମନ୍ୱିତ ଖାଦ୍ୟ ସାର ପରିଚାଳନା , ଶ୍ରୀ ପଦ୍ଧତିରେ ଧାନ ଚାଷ , ଡାଲି ଓ ତୈଳବୀଜ ଜାତୀୟ ଫସଲର ଉତ୍ପାଦନ ସହ ସବୁଜ ବଣ୍ଟନ ଓ ରୋଗ ପୋକ ସର୍ବେକ୍ଷଣ , ବିଜୁ କୃଷକ କଲ୍ୟାଣ ଯୋଜନା ଓ କାଳିଆ ଯୋଜନା ଭଳି ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କୃଷକ ସାଥିମାନଙ୍କ ଦ୍ୱାରା ସରକାର କରାଇ ଆସୁଛନ୍ତି । ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବଢିଚାଲିଥିବାବେଳେ ବାର୍ଷିକ ୧୨ ହଜାର ଟଙ୍କାରେ ପରିବାର ପ୍ରତିପୋଷଣ ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ଉଲ୍ଲେଖ କରିଛନ୍ତି । ଯାହାକୁ ଗୁରୁତର ସହ ବିଚାର କରି କୃଷକ ସାଥିମାନଙ୍କୁ ୩୦ ହଜାର ଲେଖାଏଁ ଦରମା ଦେବାକୁ ତଥା ସ୍ଥାୟୀ ନିଯୁକ୍ତି ର ମାନ୍ୟତା ଦେବାପାଇଁ ଦାବୀ ଉପସ୍ଥାପନା କରିଛନ୍ତି ।


