ବ୍ଲକ ଘଟଣାକୁ ନେଇ ଏକାଠି ହେଲେ ମହିଳା ମହାସଂଘର କର୍ମକର୍ତ୍ତା; କାର୍ଯ୍ୟାନୁଷ୍ଠାନ ନିଆନଗଲେ ସମସ୍ତ ଅଫିସ ବନ୍ଦ କରାଇବାକୁ ଦେଲେ ଚେତାବନୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ବୁଧବାର ବନ୍ତ ବ୍ଲକ ପରିସରରେ ମହିଳା ମାନେ ବିକ୍ଷୋଭ କରିବା ସହ କର୍ମଚାରୀଙ୍କୁ ମାଡ ମାରିବା ଓ ଅଫିସ ଆସବାବ ପତ୍ର ନଷ୍ଟ କରିବା ପ୍ରତିବାଦରେ ଗୁରବାର ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳା ମହାସଂଘର କର୍ମକର୍ତ୍ତା ମାନେ ବ୍ଲକ ପରିସରରେ ଏକାଠି ହୋଇ ବୈଠକ କରିଥିଲେ । ପରେ ଉକ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ପ୍ରକଳ୍ପ ପରିଚାଳକ ଓ ବିଡିଓଙ୍କୁ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବନ୍ତ ବ୍ଲକ ସମେତ ଜିଲାର ସମସ୍ତ ବ୍ଲକ ଅଫିସକୁ ବନ୍ଦ କରାଇବାକୁ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତର ମହିଳା ମହାସଂଘର ନେତ୍ରୀ, ଏମ୍‌.ବି.କେ, ସିଆରପି, ବ୍ୟାଙ୍କ ମିତ୍ର, କୃଷକ ମିତ୍ର, ପ୍ରାଣୀ ମିତ୍ର ଓ ବିସି ଏଜେଣ୍ଟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ