ବ୍ଲକ ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): କେନ୍ଦ୍ର ସରକାରଙ୍କ କୃଷିବିଲ ପ୍ରତ୍ୟାହାର ଦାବିରେ ଭଣ୍ଡାରିପୋଖରୀ କଂଗ୍ରେସ ଆସନ୍ତା ୭ତାରିଖ ଦିନ ବ୍ଲକ ଘେରାଉ କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି । ଏନେଇ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ କୃଷକ ସେଲ ସଭାପତି ନଟବର ରାଉଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଧାନସଭା ନେତା ସୁବ୍ରତ ଦାସ ଉପସ୍ଥିତ ରହି କେନ୍ଦ୍ରସରକାରଙ୍କ କୃଷିବିଲକୁ ଦୃଢ ନିନ୍ଦା କରିଥିବାବେଳେ କୃଷକ ମଜଦୁର ବଞ୍ଚାଓ ଓ ଗଣଧାରଣାରେ ସମସ୍ତ ଜନସାଧାରଣ ଯୋଗଦେବାକୁ ସେ ଆହ୍ୱାନ କରିଛନ୍ତି । ବୈଠକରେ ଜିଲ୍ଲା କୃଷକ ସେଲ ଅଧ୍ୟକ୍ଷ ନରନାରାୟଣ ଜେନା, ବ୍ଲକ ସଭାପତି ରଜନୀ ଚାନ୍ଦ, ଗଣେଶ ଭାରତୀ, ସରପଞ୍ଚ ପ୍ରଶାନ୍ତ ସାହୁ, ବିଜୟ ଶଙ୍କର ମହାନ୍ତି, ସୁବାଷ କାଣ୍ଡି, ବିନୋଦ ପଲାଇ, ମଧୁସୂଦନ ଦତ୍ତ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଗଣଧାରଣାକୁ ସଫଳ କରିବା ପାଇଁ ବିଭିନ୍ନ ମତ ଦେଇଥିଲେ ।


