ବ୍ଲକ ଚାଷୀଙ୍କୁ ବିହନ ବଣ୍ଟନ କାର୍ଯ୍ୟକ୍ରମ
ଯୋଡା,(ସମୀର କୁମାର ଦାସ) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଯୋଡା ପନ୍ଚାୟତ ସମିତି ଅଧୀନ ଚାଷୀମାନଙ୍କୁ ବିହନ ବଣ୍ଟନ କରାଯାଇଛି । ଯୋଡା ବ୍ଲକ ଏଫଆଇଏସି ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଡା ବ୍ଲକ ଏଫଆଇଏସି ଉପାଧ୍ୟକ୍ଷ ଦଶରଥ ବାରିକ, ଯୋଡା ବ୍ଲକ ସହକାରୀ କୃଷି ଅଧିକାରୀ ଅଭିନାଶ ବେହେରାଙ୍କ ସମେତ ବିଭିନ୍ନ ପନ୍ଚାୟତର ଚାଷୀ ଉପସ୍ଥିତ ଥିଲେ । ଜାତୀୟ ଖାଦ୍ୟ ନିରାପତା ମିଶନ କେନ୍ଦୁଝରଙ୍କ ତରଫରୁ ରବିଋତୁ ନିମନ୍ତେ ୧୩୦ ହେକ୍ଟର ଜାଗା ରେ ୬୦ କୁଇନଟାଲ ଚଣାବିହନ, ୧୫୦ ଗୋଟି ସୋରିଷ ମିନି କିଟ୍ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ଅବସରରେ ଯୋଡା ବ୍ଲକର ଅଂଶେଇକଳା, କଣ୍ଡରା, ବିରିକଳା, ଦେଓଝର ଓ ଗୁଆଲୀ ୫ଟି ପନ୍ଚାୟତର ଚାଷୀ ମାନଙ୍କୁ ବିହନ ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୃଷି ଅଧିକାରୀ ଭବାନୀ ଶଙ୍କର ଜେନା, ବୃଷବ ମହାନ୍ତ, ପ୍ରଦୀପ ନାଏକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


