ବ୍ଲକ ଛାତ୍ର ବିଜେଡି ସଭାପତି ହେଲେ ପ୍ରଣବ କିଶୋର ଲେଙ୍କା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛାତ୍ର ବିଜେଡି ସଭାପତି ଭାବେ ପ୍ରଣବ କିଶୋର ଲେଙ୍କା ମନୋନୀତ ହୋଇଛନ୍ତି । ଏନେଇ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଚିଠିରୁ ସୂଚନା ମିିଳିଛି । ପ୍ରକାଶ ଯେ, ବନ୍ତ ଆଞ୍ଚଳିକ ମହା ବିଦ୍ୟାଳୟର ଛାତ୍ର ବିଜେଡି ସଭାପତି ଦାୟୀତ୍ୱ ସମ୍ଭାଳିଥିବା ପ୍ରଣବ କିଶୋର ଲେଙ୍କା ବନ୍ତ ବ୍ଲକ ଛାତ୍ର ବିଜେଡିରେ ୨ ଥର ଦାୟୀତ୍ୱ ସଂପାଦନ କରିଛନ୍ତି । ତାଙ୍କର ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟକାରିତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ପୁନଶ୍ଚ ବନ୍ତ ବ୍ଲକ ଛାତ୍ର ବିଜେଡିର ଦାୟୀତ୍ୱ ପ୍ରଦାନ କରିଛନ୍ତି । ଏନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ, ଭଦ୍ରକ ଜିଲା ଛାତ୍ର ବିଜେଡି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳଙ୍କ ସମେତ ଜିଲାର ସମସ୍ତ ଯୁବ ବିଜେଡି ଓ ଛାତ୍ର ବିଜେଡିର ନେତୃତ୍ୱ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ