ବ୍ଲକ, ତହସିଲ, ପୋଲିସ ଓ ଏନଏସି ୪ ବିଭାଗ ପ୍ରଶାସକଙ୍କ ମିଳିତ ପେଟ୍ରୋଲିଂ

ବୁଗୁଡା,(ଅନିଲ କୁମାର ମହାରଣା):ଆଜି ହେଉଛି ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଓ ଓଡ଼ିଆ ନବବର୍ଷ। ଏହିଦିନ ବୁଗୁଡା ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ମନ୍ଦିର ଗୁଡିକରେ ବହୁ ଜନସମାଗମ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା,ଓ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ୪ ବିଭାଗର ପ୍ରଶାସନିକ ଅଧିକାରୀ ବୃନ୍ଦ ମିଳିତ ଭାବେ ବିଭିନ୍ନ ମନ୍ଦିର ଗୁଡିକୁ ପେଟ୍ରୋଲିଂରେ ଯାଇଥିବା ଜଣା ପଡ଼ିଛି। ଏହି ଚାରି ପ୍ରଶାସକ ବୁଗୁଡାର ବଳଦେବ ଜୀଉ ମନ୍ଦିର, ବିରଞ୍ଚିନାରାୟଣ ମନ୍ଦିର, ନେଳିଆ ବନ୍ଧ ନିକଟସ୍ଥ ଶିବ ମନ୍ଦିର ଓ କାଳୀ ମନ୍ଦିର, ବେଙ୍ଗେଇ ବନ୍ଧ ନିକଟସ୍ଥ ସୋମନାଥ ମନ୍ଦିର ସମେତ ଅନ୍ୟାନ ମନ୍ଦିର ନିକଟକୁ ଯାଇ ପରିଦର୍ଶନ କରିଥିଲେ। ଲକ ଡାଉନ ଆଇନ ଯୋଗୁଁ ପ୍ରତ୍ୟେକ ମନ୍ଦିର ବନ୍ଦ ରଖିଥିବା ବେଳେ ଜନସମାଗମ ନକରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ