ବ୍ଲକ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛଭାରତ ମିଶନ ପକ୍ଷରୁ ଏହି ସମୂହ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଡିଓ ଦେବଦତ୍ତ ଦାସ ଯୋଗଦେଇ ସ୍ୱଚ୍ଛତା ହିଁ ଜୀବନ ବୋଲି ମତ ଦେଇଥିଲେ । ବ୍ଲକ ସଂଯୋଜକ ଉଦୟନାଥ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଜୟାନନ୍ଦ ରାଉତ, ଚକ୍ରଧର ପଣ୍ଡା, ସ୍ୱେଚ୍ଛାଗ୍ରାହୀ କାହ୍ନୁଚରଣ ମହାନ୍ତି, ସୁଭଦ୍ରା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟାମନଙ୍କ ମଧ୍ୟରେ ନିଳମଣୀ ଗାହାଣ, କିଶୋର ଦଳେଇ, ଜଗନ୍ନାଥ ସେନାପତି, ଜୟନ୍ତ ଖୁଣ୍ଟିଆ, ବଳରାମ ଜେନା, ନୃସିଂହ ବେହେରା, ରାଧାଶ୍ୟାମ ମହାନ୍ତି, କମଳା ମହାରଣା, ସୀତା ସାହୁ ପ୍ରମୁଖ ଉପସ୍ଥିତ ରହି ବ୍ଲକ ପରିସର ସମେତ ନିକଟସ୍ଥ ଶନିମନ୍ଦିର ଆଖପାଖ ଅଞ୍ଚଳକୁ ସଫେଇ କରିଥିଲେ । ସ୍ୱେଚ୍ଛାଗ୍ରାହୀ ରାଜୀବ ଲୋଚନ ବିଶ୍ୱାଳ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ