ବ୍ଲକ ପ୍ରଶାସନ, ବିଜୁ ଯୁବ ବାହିନୀ ତରଫରୁ ମନ୍ଦିର ଚତୁପାଶ୍ୱର୍ ସଫେଇ
ଶେରଗଡ,(ଦେବୀ ପ୍ରସାଦ ଦାସ) : ବ୍ଳକ ଅନ୍ତର୍ଗତ ନରେନ୍ଦ୍ରୁର ଗ୍ରାମ ପଂଚାୟତ ଅଧିନସ୍ଥ ମା କରଞ୍ଜେଇ ପୀଠରେ ଯୁବ ବାହିନୀ ଓ ବ୍ଳକ ପ୍ରଶାସନର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶେରଗଡ ବ୍ଲକ ପ୍ରଶାସନର ସୋଂଜକ ଆଲୋକ କୁମାର ପଟ୍ଟନାୟକ ସୋଂଜନା କରିଥିବା ବେଳେ ବିଜୁ ଯୁବ ବାହିନୀର ସଦସ୍ୟ ଓ ବହୁ ସ୍ୱେଚ୍ଛାସେବୀ ସଂଗଠନ ମନ୍ଦିର ଚତୁରପାଶ୍ୱର୍ରୁ ଅଳିଆ ଆବର୍ଜନା ସଫା ସୁତରା କରିଥିଲେ । ଏହା _ରେ ମା କରଞ୍ଚେଇ ମନ୍ଦିରର ଉନ୍ନତି ନିମନ୍ତେ ଆଲୋକାତ କରିଥିଲେ । ମନ୍ଦିର କମିଟି ସହ ବିଡିଓ ଶ୍ରୀ ସାହୁ ଆଲୋଚନା କରିଛନ୍ତି । ଏଥିରେ ଆସିକା ବିଡିଓ, ଏସଡିପୀଓ ସୂର୍ଯ୍ୟ ମଣି ପ୍ରଧାନ, ଆସିକା ଥାନାଧିକାରୀ ପ୍ରଶାନ୍ତ ସାହୁ , ଶେରଗଡ ବ୍ଲକ ବିଜେଡି ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ , ଜିଲ୍ଲା ପରିଷଦ ପ୍ରମୋଦ ପାତ୍ର, ସମେତ ବହୁ ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ ।