ବ୍ଲକ ବିଜେଡିର ସାଂଗଠନିକ ବୈଠକ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ବିଜେଡିର ସାଂଗଠନିକ ବୈଠକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଯୋଗଦେଇ ବିଭିନ୍ନ ପଞ୍ଚାୟତର କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଥମ ଦିନ ବୈଠକରେ ପାଞ୍ଚଗୋଟି ପଞ୍ଚାୟତ ଯଥା ବନ୍ଦୋଳୋ-ମଢିଆଳୀ, ନାଆମୀ, ସାନଶାସନ, ଦକ୍ଷିଣବାଡ, ବୟାଁବନାପୁର ପଞ୍ଚାୟତର ନେତୃତ୍ୱ ନେଉଥିବା କର୍ମୀମାନଙ୍କ ସହ ଶ୍ରୀ ସାମଲ ସଂଗଠନ ବାବଦରେ ଆଲୋଚନା କରିଥିଲେ । ବିଶେଷକରି ଲୋକମାନଙ୍କ ସମସ୍ୟା ସହ ଜଡିତ ରହି ସଦାସର୍ବଦା କାର୍ଯ୍ୟ କରିବାକୁ ଶ୍ରୀ ସାମଲ ବୈଠକ ମାଧ୍ୟମରେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ବ୍ଲକ ବିଜେଡି ଯୁବ ସଭାପତି ଲଳିତ କୁମାର ରାଉତ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିରଞ୍ଚି ନାରାୟଣ ରାଉତ, ସରପଞ୍ଚ ସଦାଶିବ ଦାସ, ତୈଲୋକ୍ୟ ସାହୁ, ରବିନ୍ଦ୍ର ରାଉତ, ସତ୍ୟାନନ୍ଦ ମହାପାତ୍ର, ଲାଲା ଲଳିତ ନାୟକ, ନାଗେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ଦେବେନ୍ଦ୍ର ଦାସ, ହେମନ୍ତ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ରହି ସଂଗଠନ ସମ୍ପର୍କରେ ବିଭିନ୍ନ ମତ ଦେଇଥିଲେ । ପଞ୍ଚାୟତ ସ୍ତରରେ ଦଳକୁ ଅଧିକ ସଦୃଢିକରଣ କରିବା ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତର କର୍ମୀଙ୍କୁ ନେଇ ବୈଠକ ଅନୁୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ