ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଓ ରମ୍ପାସ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି : ବଡରମ୍ପାସ ପଞ୍ଚାୟତ ପକ୍ଷରୁ ନବ ନିଯୁକ୍ତ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ଓ ସୁସ୍ଥତା ଓ ସ୍ୱଚ୍ଛତା କ୍ଷେତ୍ରରେ ଶ୍ରେଷ୍ଠ ପଞ୍ଚାୟତ ମାନ୍ୟତା ପାଇଥିବାରୁ ସରପଞ୍ଚ କାବେରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନାରାୟଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଗୋଲେଖ ସେନାପତି, ଭାଗବତ ବେହେରା, ବାଇଧର ସା, ସମାଜସେବୀ ବଳରାମ ସାହୁ, ଭୀମସେନ ପେରେଇ, ଦେବେନ୍ଦ୍ର ଜେନା, ରବିନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା ଓ ସରପଞ୍ଚ କାବେରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଓ ସରପଞ୍ଚ କାବେରୀ ସାହୁଙ୍କ ଦ୍ୱାରା ବଡରମ୍ପାସ ପଞ୍ଚାୟତରେ ବ୍ୟାପକ ଉନ୍ନୟନ କାର୍ଯ୍ୟ କରାଯାଇ ଏକ ବିକାଶୋନ୍ମୁଖୀ ପଞ୍ଚାୟତ ଭାବେ ସମଗ୍ର ଜିଲ୍ଲାରେ ପରିଚିତ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ମହେଶ୍ୱର ସୁତାର, ମୁନିନ୍ଦ୍ର ଦାସ, ପ୍ରଶାନ୍ତ ପାତ୍ର, ଅଲେଖ ପାତ୍ର, ନିରଞ୍ଜନ ସାହୁ, ୱାର୍ଡସଭ୍ୟ ପରମାନନ୍ଦ ନାୟକ, ସୁଜାତା ଦାସ, ପ୍ରାଣବଲ୍ଲବ ସାହୁ, ପ୍ରଭାସିନୀ ଜେନା, ବନିତା ପାତ୍ର, ଦେବକୀ ସ୍ୱାଇଁ, ସୀତା ସୁତାର, ରୁକ୍ମଣୀ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।


