ବ୍ଲକ ବିଜେଡି ସଭାପତି ହେଲେ ଲକ୍ଷ୍ମୀକାନ୍ତ ମହାନ୍ତି

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବିଜୁ ଜନତା ଦଳର ନୂତନ ସଭାପତି ଭାବେ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିପୂର୍ବରୁ କମଳାକାନ୍ତ ସାହୁ ବ୍ଲକ ବିଜେଡି ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ । ଉକ୍ତ ପଦବୀରେ ଶ୍ରୀ ମହାନ୍ତିଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଲକ୍ଷ୍ମୀକାନ୍ତ ଦୀର୍ଘ ବର୍ଷ ଧରି ଜନତା ଦଳ ଓ ବିଜୁ ଜନତା ଦଳ ସଙ୍ଗଠନରେ ରହି କାର୍ଯ୍ୟ କରି ଆସିଛନ୍ତି । ପୂର୍ବରୁ ସେ ଦୁଇ ଥର ବ୍ଲକ ଯୁବ ବିଜେଡି ସଭାପତି ରହିିଛନ୍ତି । ସେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ସୁପୁତ୍ର ତଥା ରାଜ୍ୟ ବିଜେଡି ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କ ଅନୁଗତ ଅଟନ୍ତି । ତାଙ୍କର ଦୀର୍ଘ ବର୍ଷର ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟ ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବ୍ଲକ ସଭାପତି ଭାବେ ନିଯୁକ୍ତି ଦେଇଛି । ତାଙ୍କୁ ଦଳ ପକ୍ଷରୁ ଏହି ଗୁରୁ ଦାୟୀତ୍ୱ ଦିଆଯାଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ସେ ନବୀନ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି । ନବ ନିଯୁକ୍ତ ବ୍ଲକ ସଭାପତିଙ୍କୁ ବ୍ଲକର ବିଭିନ୍ନ ପଞ୍ଚାୟତ ସ୍ତରୀୟ ନେତୃତ୍ୱ ଓ କର୍ମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ