ବ୍ଲକ ଯାଦବ ମହାସଭାର ସମାବେଶ, ଯାଦବଙ୍କ ବିକାଶ ଉପରେ ଗୁରୁତ୍ୱାରୋପ

ହାଟଡିହି, (ବିକାଶ ବିଶ୍ୱାଳ ) : ଟୁକୁଣା ଠାରେ ହାଟଡିହି ବ୍ଲକ ଯାଦବ ସଂଘର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଦୀପ ବାରିକ, ଜିଲ୍ଲା ଆବାହକ କ୍ଷେତ୍ରବାସୀ ମହାକୁଡ, ସାଧାରଣ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ନାୟକ, ଆଚାର୍ଯ୍ୟ ଦାଶରଥି ପ୍ରଧାନ, ଜିଲ୍ଲା ଯୁବ ସଭାପତି ଦାରୁବ୍ରହ୍ମ ପଲେଇ, ଆନନ୍ଦପୁର ଯାଦବ ସଂଘର ଆବାହକ ଅଯୋଧ୍ୟା ଘଡେଇ, ଜିଲ୍ଲା ମହିଳା ସଭାନେତ୍ରୀ ମୀନାରାଣୀ ବେହେରା, ଜିଲ୍ଲା ସଂଯୋଜକ ସତ୍ୟରଞ୍ଜନ ଦାସ, ଆନନ୍ଦପୁର ଉପଦ୍ଦେଷ୍ଟା ରାମଚନ୍ଦ୍ର ପଲେଇ, ଆନନ୍ଦପୁର ଯୁବ ସଭାପତି ରମାକାନ୍ତ ବେହେରା, ଉପଦ୍ଦେଷ୍ଟା ନାରାୟଣ ବାରିକ ପ୍ରମୁଖ ଯୋଗଦେଇ ଜିଲ୍ଲାର ଯାଦବ ମାନଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଯାଦବ ସମାଜ ଏକତ୍ରିତ ହେବାକୁ ଆହ୍ୱାନ କରିଥିଲେ । ସେହିପରି ଯାଦବ ପରିବାରର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚଶିକ୍ଷା ପାଇଁ ସହାୟତା, ଯାଦବ ସମାଜକୁ ବାଲ୍ୟବିବାହ ମୁକ୍ତ କରିବା, ଗୁଣିଗାରେଡି ଆଦି କୁସଂସ୍କାରରୁ ମୁକ୍ତ ରଖିବା, ଆର୍ôଥକ ଦୁରାବସ୍ଥା ଯୋଗୁଁ ବିବାହ କରିପାରୁ ନଥିବା ଯୁବକ ଯୁବତୀ ମାନଙ୍କ ବିବାହ କରାଇବା, ଯାଦବ ସମାଜର ନିସହାୟ ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କୁ ସରକାରଙ୍କ ଦ୍ୱାରା ଭତ୍ତା, ବାସଗୃହ ଯୋଗାଇ ଦେବାପାଇଁ ସହଯୋଗ କରିବା ଭଳି ଅନେକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହାଟଡିହି ବ୍ଲକ ଯାଦବ ସମାଜର କର୍ମକର୍ତ୍ତା ଚୟନ କରାଯାଇଥିଲା । ହାଟଡିହି ବ୍ଲକ ସଭାପତି ଭାବେ ଗଗନ ବେହେରା, ସଂଯୋଜକ ଭାବେ ମାନସ କୁମାର ବେହେରା, ଉପସଭାପତି କୋଦଣ୍ଡଧର ଦାସ, ନିରାକାର ପଲେଇ, ଦେବ୍ରତ ବେହେରା, ସହ ସମ୍ପାଦକ ଭାବେ ଦୀନବନ୍ଧୁ ପଲେଇ, ଶିବ ଚରଣ ବେହେରା, କୋଷାଧ୍ୟକ୍ଷ ଭାବେ ବ୍ରଜ ମୋହନ ବାରିକ ମନୋନୀତ ହୋଇଥିଲେ । ସେହିପରି ହାଟଡି ବ୍ଲକ ଯୁବ ଯାଦବ ସଂଘର ସଭାପତି ଭାବେ ରଘୁନାଥ ବେହେରା, ଉପସଭାପତି ଭାବେ କାଳନ୍ଦୀ ନାୟକ, ସାଧାରଣ ସମ୍ପାଦକ ଭାବେ ପ୍ରଦୀପ ବେହେରା, ଲକ୍ଷ୍ମୀଧର ନାୟକ, ଉପସଭାପତି ଭାବେ ନୀଳକଣ୍ଠ ମହାକୁଡ ଓ ମୁଖ୍ୟ ଉପଦ୍ଦେଷ୍ଟା ଭାବେ ଦିବାକର ବାରିକ ଓ ଉପଦ୍ଦେଷ୍ଟା ଭାବେ ଯୋଗେନ୍ଦ୍ର ବେହେରାଙ୍କୁ ମନୋନୀତ କରାଯାଇଥିଲା । ପ୍ରଦୀପ ବେହେରା, ଦିପ୍ତୀରଞ୍ଜନ ଦାସ, ଜଗବନ୍ଧୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ