ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ସହାୟତା
ବନ୍ତ, (ଚାନ୍ଦିନୀ ମହାନ୍ତି):କୋଭିଡ୍-୧୯ ପରିଚାଳନା ପାଇଁ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭ ଲକ୍ଷ ୧ ଶହ ୪୭ ଟଙ୍କା ପ୍ରଦାନ କରାଯାଇଛି । ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା, ସେକ୍ସନ୍ ଅଫିସର ମଦନ ମୋହନ ନାୟକ, ଶିକ୍ଷକ ସଂଘର ପ୍ରତିନିଧି ସନାତନ ଦାସ, ପ୍ରଣୟ କୁମାର ସିଂହ, ଧର୍ମେନ୍ଦ୍ର ନାରାୟଣ ଜେନା, ଅମୂଲ୍ୟ କୁମାର ଦାସ, ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ହୋଇ ସହାରାଶିର ଚେକ୍ ପ୍ରଦାନ କରିଥିଲେ