ବ୍ଲକ ସହଶିକ୍ଷା ଅଧିକାରୀଣୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସହଶିକ୍ଷା ଅଧିକାରୀଣୀ ସ୍ନେହଲତା ମହାରଣାଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟଳୟ ପରିସରରେ ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ସଭାପତିତ୍ବ କରିଥିଲାବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଶ, ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ଯୋଗଦେଇ ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପତ କରିଥିଲେ। ସେ ଆମ୍ବଗଡ଼ିଆ, ହାଟଡିହି, ଜଳକଳଙ୍ଗ, କପୁଣ୍ଡି, ଏଲକଣା, ମଠ ପ୍ରଭୃତି ବିଦ୍ୟାଳୟ ମାନଙ୍କରେ ଶିକ୍ଷୟତ୍ରୀ ଭାବେ କର୍ଯ୍ୟ କରିବା ପରେ ମାର୍ଚ୍ଚ ୨୦୨୩ରେ ବ୍ଲକ ସହଶିକ୍ଷା ଅଧିକାରୀ ଭାବେ କାର୍ଯ୍ଯ ଆରମ୍ଭ କରିଥିଲେ। ସେ କାର୍ଯ୍ୟାଳୟରେ ସମସ୍ତ ଙ୍କ ସହିତ ସୁସମ୍ପର୍କ ରକ୍ଷା କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରିୟ ଭାଜନ ହୋଇଥିଲେ ବୋଲି ସିଆରସିସି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାର୍ଯ୍ୟଳୟ ପକ୍ଷରୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସିଆରସିସି ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ହାଇସ୍କୁଲ ଶିକ୍ଷକ ମାନେ ମଧ୍ଯ ସମ୍ବର୍ଦ୍ଧିତ କରିଥଲେ। ଅଫିସ କର୍ମଚାରୀ ପ୍ରସନ୍ନ କୁମାର ବେହେରା, ସବ୍ୟସାଚୀ ସାହୁ, ଗଜେନ୍ଦ୍ର ମହାପାତ୍ର, ସଞ୍ଜୟ ସାହୁ, ବିଘ୍ନରାଜ ଜେନା, ବିଶ୍ବଭୂଷଣ ରାଉଳ, ସୁଶାନ୍ତ ସାହୁ, ସଂଗ୍ରାମ ନାୟକ, ରସ୍ମିପ୍ରୀୟା ମହାନ୍ତି, ଗିତାରାଣୀ ଦାସ, କାଳନ୍ଦୀ ଜେନା, ବ୍ରଜ କିଶୋର ସେଠୀ, ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ମୃତ୍ୟୁଞ୍ଜୟ ପଲେଇ, ସିଆରସିସି ଅନିରୁଦ୍ଧ ସେଠୀ, ଦେବାଶିଷ ବାରିକ, ବିଜୟ ସା, ସୁଶାନ୍ତ ସ୍ୱାଇଁ, ପ୍ରଦୀପ ଦେହୁରୀ, କେଶବ କର, ଆର୍ତ୍ତ ଜେନା, ଅଞ୍ଜନ ଦାସ, ବସନ୍ତ ନାୟକ, ସୁମନ୍ତ ନାୟକ, ବିନୟ ଜେନା, ମଙ୍ଗଳ ହାଁସଦା, ଗଦାଧର ଜେନା, ଜତ୍ତିବ୍ରତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ