ବ୍ଲକ ସ୍ତରରେ ଧାନମଣ୍ଡି ଆରମ୍ଭ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ସରକାରଙ୍କ ନିୟମ ଏବଂ ପ୍ରସ୍ତୁତି ବୈଠକରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଶୁକ୍ରବାର ହିଞ୍ଜିଳିକାଟୁରେ ବ୍ଲକ ସ୍ତରୀୟ ସରକାରୀ ଧାନ କ୍ରୟ କେନ୍ଦ୍ର(ମଣ୍ଡି) ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।ଚଳିତ ବର୍ଷ ୨୦୨୩-୨୪ ଖରିଫ ଋତୁ ସକାଶେ ହିଞ୍ଜିଳିକାଟୁ ବ୍ଲକର ୨୦ଟି ପ୍ରାଥମିକ କୃଷି ସମବାୟ ସମିତି, ଶ୍ରୀ ଗୋପାଳେଶ୍ୱର ପାଣିପଞ୍ଚାୟତ ଏବଂ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟ ନିମନ୍ତେ ଅନୁମତି ମିଳିଛି। ଚଳିତ ବର୍ଷ ୬୮୭୦ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକୃତ ହୋଇଥିଲା ବେଳେ ସଂଗୃହିତ ଧାନକୁ ୨୫ ମିଲର ଚୁକ୍ତିବଦ୍ଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ଚାଷୀଙ୍କ ଠାରୁ ୨ଲକ୍ଷ ୭୭ ହଜାର କୁଇଣ୍ଟାଲ ସାଧାରଣ ମୋଟ ଧାନ କ୍ରୟ ପାଇଁ ସ୍ଥାନୀୟ ଯୋଗାଣ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି।ଏହି ପରିପ୍ରେକ୍ଷୀରେ ଧାନକ୍ରୟ ନିମନ୍ତେ ହିଞ୍ଜିଳିକାଟୁ ବ୍ଲକ ସ୍ଥିତ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ, ପୋଚିଲିମାରୁ ବ୍ଲକ ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି।ଏହି ଉପଲକ୍ଷେ ପୋଚିଲିମା ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସଂଯୋଜନାରେ ଏକ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଏଡିଏମ୍ ଲିନା କୁମାରୀ ଖେସ ଯୋଗଦେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନ,ସରପଞ୍ଚ ରଞ୍ଜିତା ଦାସ,ସଭ୍ୟା ଆରତୀ ନାୟକ, ଜିଲ୍ଲା ଯୋଜନା ବୋର୍ଡ ବରିଷ୍ଠ ସଦସ୍ୟ ଏନ.ରଘୁନାଥ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୁସା ମୁଣ୍ଡା, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ନରସିଂହ ପଣ୍ଡା, ବିଡିଓ ସୁବ୍ରତ କୁମାର ଜେନା, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳ,ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ମିଶନଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତିକରଣ କରିବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି।ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ନିମନ୍ତେ ଅନୁମତି ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ପ୍ରତି ଏହା ସୁଚାଉଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।ପରେ ମୁଖ୍ୟ ଅତିଥି ପୂଜାର୍ଚ୍ଚନା ସାରି ମଣ୍ଡିର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଭାଣ୍ଡି ରବୀନ୍ଦ୍ର,ରାମଚନ୍ଦ୍ର ଗୌଡ଼,ପି.ଜୟ,ବାପୁନୀ ସାହୁ,କେ.ପ୍ରକାଶ,ବିପିସି ଫଣି ଭୂଷଣ ବେହେରା, ବିପିଏମ ଓଏଲଏମ କଳ୍ପତରୁ ବେହେରା, ଚାଷୀ କମିଟି ସଭ୍ୟ,ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଦେବୀ ସ୍ବୟଂ ସହାୟିକ ଗୋଷ୍ଠୀ ସମ୍ପାଦିକା ଡି.ଲକ୍ଷ୍ମୀ ଓ ଅନ୍ୟାନ୍ୟ ସଦସ୍ୟା ପରିଚାଳନା କରିଥିଲେ।