ବ୍ଲକ ସ୍ତରୀୟ ଆନ୍ତର୍ଜାତିୟ ବାଳିକା ଦିବସ ପାଳିତ

କୋଦଳା,(ବାପୁନି କୁମାର ମାଲୁ):ବେଗୁନିଆପଡା ଗୋଷ୍ଠୀ ସାଧନା କେନ୍ଦ୍ରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁ, ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସାନ୍ଧ୍ୟାରାଣୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସାମ୍ନାନିତ ଅତିଥିଭାବେ ଏ ବି ଇ ଓ ଜୟଦେବ ଜେନା, ଜ୍ୟୋତିର୍ମୟୀ ନନ୍ଦ ଓ ସୋମନାଥ ସେଠି ଯୋଗଦେଇଥିଲେ l ଏହି ଅବସରରେ ଛାତ୍ରୀ ମାନେ ପ୍ରବନ୍ଧ, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର ପ୍ରତିଭା ପ୍ରତିପାଦିତ କରିଥିଲେ l ସେଥି ମଧ୍ୟରୁ ପ୍ରବନ୍ଧ ପ୍ରତିଯୋଗିତାରେ ଦୀପ୍ତିମୟୀ ଶତପଥୀ ପ୍ରଥମ, ସ୍ମୃତି ସାହୁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୁପର ସିନିୟର ରେ କରିସ୍ମା ଡାକୁଆ ପ୍ରଥମ, ରଶ୍ମିତା ମାଝୀ ଦ୍ଵିତୀୟ ଓ ତପସ୍ୱିନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିଭଳି ଚିତ୍ରାଙ୍କନରେ କାବେରୀ ପ୍ରଧାନ ପ୍ରଥମ, ସୁବାସିନୀ ମହାନ୍ତି ଦ୍ୱିତୀୟ, ସ୍ୱାଧୀନା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ଲୋଗାନରେ ଖୁସି ପ୍ରାଣିଗ୍ରାହୀ ପ୍ରଥମ, ସନ୍ଧ୍ୟାରାଣୀ ଦାସ ଦ୍ୱିତୀୟ, ଜ୍ୟୋତିର୍ମୟୀ ମହାପାତ୍ର ଓ ଶିବାନୀ ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l କୃତି ପ୍ରତିଯୋଗି ମାନ ଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ ସମସ୍ତ ସି ଆର ସି ମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ