ବ୍ଲକ ସ୍ତରୀୟ ଆର୍ଥିକ ପରିଚାଳନା ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ଠାରେ ବ୍ଲକ ସ୍ତରୀୟ ଆର୍ଥିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାବାର୍ଡର ଏଲଡିଏମ ଏନ.ନାଗେଶ୍ୱର ରାଓ ଯୋଗଦେଇ ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନା ସମ୍ପର୍କରେ ମତଦେଇଥିଲେ । ଏହାସହିତ ବିଭିନ୍ନ ବ୍ୟାଙ୍କ ମାନେ ଯୋଜନାର ସଫଳ ରୂପାୟନ ଦିଗରେ ଆର୍ଥିକ ଭାବେ ସହାୟତା ପ୍ରଦାନ କରିବେ ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ଆୟୋଜିତ ବୈଠକରେ ବ୍ଲକ ଅଞ୍ଚଳର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ପରିଚାଳକଙ୍କ ସମେତ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ଆର୍ଥିକ ବ୍ୟବସ୍ଥା ଉପରେ ମତଦେଇଥିଲେ । ଏଥିରେ ବ୍ଲକ ପ୍ରକଳ୍ପ ପରିଚାଳକ ପିତବାସ ବିଶ୍ୱାଳ, ସୁବ୍ରତ କୁମାର ପଣ୍ଡାଙ୍କ ସହିତ ମିଶନ ଶକ୍ତିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।


