ବ୍ଲକ ସ୍ତରୀୟ କଳାକାର ସମ୍ମିଳନୀ ପ୍ରସ୍ତୁତି ବୈଠକ

ହାଟଡ଼ିହି :ବ୍ଲକ ସ୍ତରୀୟ କଳାକାର ସମ୍ମିଳନୀ ଆସନ୍ତା ୯ ଓ ୧୦ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ମା ବିଶ୍ୱତାରିଣୀ କଳାକାର ପରିଷଦ ହାଟଡିହି ଓ ଦୋଳମେଳନ କମିଟି ନୁଆଗାଁର ମିଳିତ ଆନୁକୁଲ୍ୟରେ ହାଟଡିହି ବ୍ଲକର ସମସ୍ତ କଳାକାର ମାନଙ୍କୁ ନେଇ ଏହି ସମ୍ମିଳନୀ ବାଲିବରେଇ ପଞ୍ଚାୟତର ନୁଆଗାଁ ଠାରେ ଅନୁଷ୍ଠିତ ହେବ । ଏଥିରେ ପାଲା, ଦାସକାଠିଆ, ସଙ୍କିର୍ତ୍ତନ ପ୍ରଭୃତି ପରିବେଷଣ ହେବାସହ ହାଟଡିହି ବ୍ଲକର କୃତ୍ତି କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ଆଜି ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ କେନ୍ଦୁଝର କଳାକାର ପରିଷଦର ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି, ସଭାପତି ଗଜେନ୍ଦ୍ର ବାରିକ, ହାଟଡିହି ବ୍ଲକ କଳାକାର ସଂଘ ସଭାପତି କୃଷ୍ଣଚନ୍ଦ୍ର ସା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ମିଶ୍ର, ଉପସଭାପତି ଦିବାକର ବାରିକ, ସମ୍ପାଦକ ବିଦ୍ୟାଧର କବି, କୋଷାଧ୍ୟକ୍ଷ ଅନନ୍ତ ନାରାୟଣ ପଣ୍ଡା, ଉପଦ୍ଦେଷ୍ଟା ରତ୍ନାକର ଦାସ, ତଥା ନୁଆଗାଁ ଦୋଳକମିଟି ସଦସ୍ୟ ପ୍ରଶାନ୍ତ କୁମାର ନାୟକ, ଅନନ୍ତ କୁମାର ମୁଦୁଲି, ଶ୍ରୀକାନ୍ତ କୁମାର ଘଡେଇ, ରାଜେଶ ମୁଦୁଲି, ରମେଶ ପଲେଇ, ଉପଦ୍ଦେଷ୍ଟା ପିତାମ୍ବର ପଣ୍ଡା, ଅନ୍ତର୍ଯ୍ୟାମୀ ରାଉତ, ବଟକୃଷ୍ଣ ମୁଦୁଲି, ନିରଞ୍ଜନ ରାଉତ, ପରମାନନ୍ଦ ନାୟକ, ଲମ୍ବୋଦର ରାଉତ, ଅଶୋକ କୁମାର ପଣ୍ଡା, ରାମଚନ୍ଦ୍ର ନାୟକ, ସଚିଦାନନ୍ଦ ପଟ୍ଟନାୟକ, ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ