ବ୍ଲକ ସ୍ତରୀୟ ଜନ ସଂପର୍କ ଶିବିର

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁବିଜାତଳା ବ୍ଲକ ବାଘିଆଟାଙ୍ଗର ପଡ଼ିଆରେ ମଙ୍ଗଳବାର ଦିନ ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସଭାପତିତ୍ବରେ ଏକ ବିଶାଳ ଜଳ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ୯ଟିଜିଲ୍ଲାରେ ଯେଉଁଠା୍ରେ ଅର୍ଦ୍ଧାଧିକ ଲୋକେ ଆଦିବାସୀ ସେହି ଅଂଚଳରେ ସେମାନଙ୍କର ଆର୍ଥିକ ଉନ୍ନତି ପାଇଁ ସରକାରଙ୍କ ‌ ବିଭିନ୍ନ ଯୋଜନା ଯଥା ରାସ୍ତା ଘାଟ,ବିଜୁଳି, ଶିକ୍ଷା,ପିଇବାପାଣି,ଜୀବନ,ଜୀବିକା,କଳା,ଧର୍ମ, ସ୍ବାସ୍ଥ୍ୟ, ସଂସ୍କୃତି,ଭାଷା,ନୃତ୍ଯ ପରଂପରା କିଭଳି ବଂଚିପାରିବ ସେଥିପାଇଁ ସରକାର ସବୁବେଳେ ଚେଷ୍ଟିତ ।ସମସ୍ୟାକୁ କିଭଳି ଦୂର କରାଯାଇପାରିବ ଏବଂ ଆଦିବାସୀ ମାନେ କିଭଳି କଠିନ ପରିଶ୍ରମ କରି ନିଜର ଜୀବନ ଜୀବିକାକୁ ସ୍ବାବଲମ୍ବୀ ଶିଳ କରାଇ ପାରିବେ ତାହାରି ଉପରେ ଆଲୋକପାତ କରିଥିଲେ ।ଏ‌ହି କାର୍ଯ୍ୟକ୍ରମରେ ଲଳିତ ମହାନ୍ତ ଅତିଥି ପରିଚୟ ସହ ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ପ୍ରାଣୀଧନ ଅଧିକାରୀ ଡାକ୍ତର ଦିଲିପ ବେହେରା,ବ୍ଲକ କୃଷି ଅଧିକାରୀ ସରୋଜ ମହାପାତ୍ର, ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ମାନସିଂ ସୋରେନ୍, ମତ୍ସ୍ୟ ଅଧିକାରୀ ସାମାନ୍ୟ ମୁର୍ମୁ,ବ୍,କ ମଙ୍ଗଳ ଅଧିକାରିଣୀ ପାର୍ବତୀ ହେମ୍ବ୍ରମ , ଆଇଟିଡିଏର ଇଂ ଦିଲିପ କୁମାର ଗିରି, ଇଂ ଏକାଦଶୀ ଶିଅଳ ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗରେ ହିତାଧିକାରୀ ମାନଙ୍କୁ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପସ୍ଥିତ ଚାଷୀ, ଖଟିଖିଆ, ଶ୍ରମିକ, ହିତାଧିକାରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଚାଷୀଭାଇ ମାନେ ଗୋପାଳନ, କୁକୁଡ଼ା ,ବତକ
ମତ୍ସ୍ୟ,ବତକ, ପନିପରିବା ଚାଷ,ଛତୁ,ମହୁ, ବାଦାମ,ମକା,ହରଡ,ବିରି ପ୍ରଭୃତି ଚାଷ କରି ଅଧିକରୁ ଅଧିକ ଲାଭ ବାନ ହୋଇପାରିବେ ତାହା ଉପସ୍ଥାପନା କରିଥିଲେ ।ବିଭାଗୀୟ ଅଧିକାରୀମାନେ ହିତାଧିକାରୀ ମାନଙ୍କୁ କହିଥିଲେ ଯେତେବେଳେ ଯାହା ଦରକାର ଜ୍ଞାନ ଓ କୌଶଳ , ଯୋଜନା ସବୁକିଛି ପାଇଁ ସଦା ସର୍ବଦା ସହଯୋଗ କରିବା ପାଇଁ ପ୍ରସ୍ତୁତ ।ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।ପରେ କୁନି କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରରୁ ବହୁସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ