ବ୍ଲକ ସ୍ତରୀୟ ଦକ୍ଷତା ବୃଦ୍ଧି ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଏକ ଦକ୍ଷତା ବୃଦ୍ଧି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦକ୍ଷତା ବୃଦ୍ଧି ଶିବିରରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦକ୍ଷତା ବୃଦ୍ଧି ମାଧ୍ୟମରେ କିପରି ସ୍ୱରୋଜଗାର କ୍ଷମ ହୋଇପାରିବା ଏବଂ ତାଲିମ ପରବର୍ତ୍ତୀ ନିଯୁକ୍ତି ଉପରେ ଆଲୋକପାତ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ବିଭିନ୍ନ ତାଲିମ ଏବଂ ନିଯୁକ୍ତି ବିଷୟରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ର ବିଭିନ୍ନ ସ୍ୱଳ୍ପକାଳୀନ ତାଲିମ ବିଷୟରେ ସୂଚନା ପ୍ରଦାନ କରିବା ସହ ବହୁ ସଂଖ୍ୟାରେ ପିଲାମାନେ କିପରି ନିଯୁକ୍ତି ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିରରେ ୧୩୭ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ଯୋଗଦେଇଥିବା ୬ଟି ତାଲିମ ପ୍ରଦାନକାରୀ ସଂସ୍ଥା ସେମାନଙ୍କ ମଧ୍ୟରୁ ୯୯ଜଣ ଜଣଙ୍କୁ ତାଲିମ ପାଇଁ ଚୟନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ଲକର କର୍ମଚାରୀ ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ