ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ପ୍ରକଳ୍ପ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୃକମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାର ଦିଗାଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ସୁଡୃକୁମ୍ପା ସରପଞ୍ଚ ଦଶରଥ ଯାନି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଡୃକୁମ୍ପା ସମିତିସଭ୍ୟ ବୈଦ୍ୟନାଥ ବେହେରା, ସୁଡ୍ରେଜୁ ସମିତି ସଭ୍ୟା ଦମୟନ୍ତୀ ଯାନି ସୁଡୃକୁମ୍ପା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ନାରସୁ କହଁର ପ୍ରମୁଖ ଉପସ୍ଥିତ ଥିଲେ।ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୮୫ଟି ପ୍ରକଳ୍ପ ଏଥିରେ ସ୍ଥାନିତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ପ୍ରଦର୍ଶନି ପାଇଁ ଚୟନ କରାଯାଇଛି। କାର୍ଯ୍ୟକ୍ରମକୁ ଆର.ନୂଆଗାଁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରପ୍ରସାଦ ନାୟକ,ସୁଡ୍ରୁକୁମ୍ପା ସି ଆର ସିସି ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପିରୁକୁଡ଼ି ସିଆରସିସି ଇନ୍ଦ୍ରମଣି ନାୟକ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ ସିଆରସିସି ସହଯୋଗ କରିଥିଲେ।