ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ମିରହସନପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ସମ୍ପର୍କିତ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦଘାଟନ କରିଥିଲେ। ବିଇଓ ଅଧିର କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ବିନାଶର କାରଣ ପରିବର୍ତ୍ତେ ବିଜ୍ଞାନ ମଣିଷର ବିକାଶରେ ସହାୟତା ପ୍ରଦାନ କରୁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ନିମନ୍ତ୍ରିତ ଅତିଥି ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଶିଷ୍ଟ ଅତିଥି ସରପଞ୍ଚ ଅମୂଲ୍ୟ ନାୟକ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ମୁଖ୍ୟବକ୍ତା ଇଂ ଅଭୟ ସୂତାର, ଅତିରିକ୍ତ ଶିକ୍ଷାଧିକାରୀ ମାୟାଧର ସାହୁ, ବିଡ଼ିଓ ଦେବଦତ୍ତ ଦାସ, ବିଆରସିସି ଅକ୍ଷୟ ଜେନା, ଉମେଶ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ନିତ୍ୟାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୈଳାସ ସାମଲ ଆଭିମୁଖ୍ୟ ପ୍ରଦାନ ଓ ପ୍ରଧାନଶିକ୍ଷକ ମୋହନ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ। ମେଳାରେ ପ୍ରାୟ୧୨୦ଗୋଟି ବିଜ୍ଞାନ ସମ୍ବଳିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବ୍ଲକ ବିଜ୍ଞାନ ସଂଯୋଜକ ରବୀନ୍ଦ୍ର ମହାରଣାଙ୍କ ସଂଯୋଜନାରେ ବିଚାରକ ଦୀପ୍ତି ମୟୀ ସାହୁ ଓ ପ୍ରମୋଦ କୁମାର ମଲ୍ଲିକ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ। ଶ୍ରେଷ୍ଠ ୧୦ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା। ଉଦଯାପନୀ ଉତ୍ସବରେ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ରତିକାନ୍ତ ବେହେରା, ରଞ୍ଜନ କୁମାର ମହାନ୍ତି କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରିଥିଲେ।