ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୧୬ ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଭଦ୍ରକ ଜିଲା ଓ ବନ୍ତ ବ୍ଲକ ପ୍ରଶାସନ ସହଯୋଗରେ ଆଜି ବନ୍ତ ବ୍ଲକ ଗଣିଜାଙ୍ଗ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ସଭାରେ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସମେତ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବିଡିଓ ଶୁଭଦର୍ଶନ ମିଶ୍ର, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଳାସିନୀ ବେହେରା, ସିଡିପିଓ ରେଣୁବାଳା ଦାଶ, ଜିଲା ପରିଷଦ ସଭ୍ୟା ରୁନିତା ଦାସ, ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ସମବାୟ ସମିତି ସଭାପତି ରଞ୍ଜନ ସାହୁ, ସମାଜସେବୀ ଭୀମସେନ ସାମଲ, ଜଗନ୍ନାଥ ପାଣିଗ୍ରାହୀ, ଆଇନଜୀବି ଅଣାକାର ମଲ୍ଲିକ, ସତ୍ୟ ସାଧନ ବେଜ, ବିପିନ କୁମାର ନାୟକ, ପ୍ରଣବ କିଶୋର ଲେଙ୍କା, ସମିତି ସଭ୍ୟ ପରମେଶ୍ୱର ବାରିକ, ଧରଣୀଧର କର, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମସ୍ତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏଥିରେ ମୋଟ ୩୯୮ ଜଣ ଭିନ୍ନକ୍ଷମ ନାମ ପଞ୍ଜୀକରଣ କରିଥିବା ବେଳେ ୩୧୬ ଜଣଙ୍କୁ ପ୍ରମାଣ ପତ୍ର ଓ ୧୯ ଜଣଙ୍କୁ ଆଡ୍ସ ଏଣ୍ଡ ଆପ୍ଲିଆନ୍ସ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗରେ ଡାକ୍ତର ୟୁ.କେ.ଜେନା, ଡାକ୍ତର ଅମୁଲ୍ୟ କୁମାର ଦାସ, ଡାକ୍ତର ଏସ୍‌.କେ. ସିଂ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିଥିବା ବେଳେ ଅଡିଓଲୋଜିଷ୍ଟ କମଳାକାନ୍ତ ବାରିକ, ଶ୍ରୀକାନ୍ତ ପ୍ରଧାନ, ସୁମନ ଜେନା, ସତ୍ୟମ୍ ସ୍ୱାଇଁ, ବି.ପି.ଏମ୍ ଲେଙ୍କା, ଲଡୁ ଗୋପାଳ ଦାସ ସହଯୋଗ କରିଥିଲେ । ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ, ପ୍ରଫୁଲ୍ଲ ପଣ୍ଡା, ହିମାଂଶୁ ମିଶ୍ର, ଅଭୟ ପ୍ରଧାନ, ପଞ୍ଚାନନ ଦାସ, ରାମ ଚନ୍ଦ୍ର ପଣ୍ଡା, ମନୋଜ ପଣ୍ଡା, ହୃଦାନନ୍ଦ ପାଢୀ, ନାରାୟଣ ସେଠୀ, ମନୋରଞ୍ଜନ ତ୍ରିପାଠୀ, ଅକ୍ଷୟ ସାହୁ, ଭାସ୍କର ଜେନାଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ