ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର: ୪୩୯ ରୋଗୀ ପଞ୍ଜୀକୃତ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୧୨ଟି ପଞ୍ଚାୟତରୁ ଆସିଥିବା ୪୩୯ ଜଣ ରୋଗୀଙ୍କୁ ପଞ୍ଜୀକୃତ କରାଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ସି.ପି.ଏମ୍‌.ଆର ୭୨, ଭିଜୁଆଲ୍ ୫୯, ଇ.ଏନ୍‌.ଟି ୪୩, ଲୋକୋମୋଟର ୧୫୩, ୧ରୁ ୧୪ ବର୍ଷ ମଧ୍ୟରେ ୧୧୨ ଜଣ ରୋଗୀ ଥିଲେ । ରୋଗୀ ମାନଙ୍କର ସୁବିଧା ପାଇଁ ୧୨ଟି କାଉଁଣ୍ଟର କରାଯାଇଥିଲା । ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ବିଡିଓ ରେବେକା ବିଲୁଙ୍ଗ, ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଏମ୍‌.ପି.ପ୍ରତିନିଧି ଶ୍ରୀନାଥ ମହାନ୍ତି, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବଡମହିଷଗୋଠ ସରପଞ୍ଚ କ୍ରୀଷ୍ଣା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ, ଜମାଦାର ମୁଣ୍ଡା, ପ୍ରକାଶ ବିଶ୍ୱାଳ, ବିଷ୍ଣୁ ସାହୁ, ଜଇନୁଲ ଆବେଦିନ୍‌, କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶରତ ଜେନାଙ୍କ ସମେତ ସମସ୍ତ ବ୍ଲକ ଅଧିକାରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ