ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା- ୨୦୨୬ ଅନୁଷ୍ଠିତ
ମାଲକାନଗିରି /କୁଡୁମୁଲୁଗୁମ୍ମା, (ଡଃ ଶିବ ନାରାୟଣ ପାତ୍ର): କୁଡ଼ୁମୁଲୁଗୁମ୍ମାର ଭୈରବୀ ଷ୍ଟାଡିୟମରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମେଳାରେ ମାନ୍ୟବର ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ତରୁଣ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ ଓ କୁଡୁମୁଲୁଗୁମ୍ମା ତହସିଲଦାର କ୍ରିଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଚିନ୍ମୟ ପ୍ରସାଦ ସାହୂ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସୁଜିତ୍ କୁମାର ଦାଶ ପରିଚାଳନା କରିଥିଲେ । ପ୍ରଥମେ ସମସ୍ତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ମୁର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରିଥିଲେ ଓ ଏହାପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରା ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଅଧିକାରୀ ଦ୍ୱୟ ନିଜ ନିଜ ଅଭିଭାଷଣରେ ବିଭାଗୀୟ ଯୋଜନା ସମ୍ପର୍କେ ରେ ଅବଗତ କରାଇଥିଲେ ଓ ଏହାପରେ ମୁଖ୍ୟ ଅତିଥି ଶ୍ରୀ ଖିଲ ନିଜ ଉଦବୋଧନରେ କରିଥିଲେ ଯେ, ସେ ହେଉଛନ୍ତି ଖୋଦ ଜଣେ ଚାଷୀ, ସେ ବିଧାୟକ ହେବାପରେ ମଧ୍ୟ ପ୍ରତିଦିନ ସକାଳେ ନିଜ ଜମିକୁ ଯାଆନ୍ତି ଓ ଜଣେ ଚାଷୀ ଭଳି ଚାଷକାର୍ଯ୍ୟ କରନ୍ତି ଏହା ସହିତ ସେ ମାଛ ଚାଷ ସହିତ ଗୋପାଳନ ଓ ଛେଳିଚାଷ କରିବାକୁ ମନ ବନାଇଛନ୍ତି ବୋଲି ସ୍ପଷ୍ଟ କରିବା ସହିତ ସମସ୍ତଙ୍କୁ ଗୋପାଳନ, ଛେଳି,କୁକୁଡା, ମେଣ୍ଢା,ବତକ, ଘୁଷୁରୀ ଓ ମତ୍ସ୍ୟଚାଷ ଭଳି ଅତିରିକ୍ତ ଉପାଦେୟ ଓ ଲାଭବାନ ଚାଷ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହାପରେ ବିଭିନ୍ନ ସଫଳ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଚାଷୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଟନେଲକ୍ୟାମ୍ପ ର ମା ଭୁବନେଶ୍ୱରୀ ଏସ ଏଚ ଜି ଓ ଆର ଏସ ସି ୨ ର ଜୟ ଜଗନ୍ନାଥ ସ୍ୱୟଂ ସହାୟିକ ଗୋଷ୍ଠୀ ୧୨୦୦୦୦/- ପ୍ରକଳ୍ପ ରାଶି ପ୍ରଦାନ କରାଯାଇଥିଲା, ଅନ୍ୟ ସଫଳ ଚାଷୀ ଯଥା – ଗୈରୀ ମଜୁମଦାର, ସୋନାଲୀ ଗୁଡିଆ,ଉମୁଡି ବାଲରାଜୁ ରାଓ,ମାନସ ରଞ୍ଜନ ରଥ, ଦିନେଶ ଗୁଡିଆ, ଶାନ୍ତି ବାଛାର, ଗଙ୍ଗାଧର ପାଙ୍ଗି, ଗୋବର୍ଦ୍ଧନ ଖରା, ଅଜିତ୍ କୁମାର ଖିଲ ପ୍ରମୁଖ ପୁରସ୍କୃତ ହୋଇଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିର କାର୍ଯ୍ୟକ୍ରମ କୁ ଡଃ ବିଭୁ ନାୟକ, ଡ଼ଃ ବିପଦ ତାରଣ ବିଶ୍ୱାଳ, ଡ଼ଃ ସୁଦାମ ଚନ୍ଦ୍ର ସାହୁ, ଡ଼ଃ ଶିଖାରାଣୀ ସାହୁ, ଡ଼ଃ ବିକାଶ ଚନ୍ଦ୍ର ସରଦାର, ଡ଼ଃ ଅଭିନାଷ ମାଝୀ, ଡ଼ଃ ଆକାଶ କୁମାର ଦାସ, ଡ଼ଃ ଚକ୍ରଧର ଦାସ ଓ କୃତ୍ତିବାସ ପଲେଇ ପ୍ରମୁଖ ସଫଳତାର ସହ ଆୟୋଜନ କରିଥିଲେ ।


